ତିହିଡି,୨୧/୦୩: ତିହିଡି ଥାନା ଅନ୍ତର୍ଗତ ନନ୍ଦପୁର ଗାଁରେ ଗତ ୧୫ ତାରିଖ ରାତିରେ ସର୍ବ ସାଧାରଣ ସ୍ଥାନରେ କିଛି ବ୍ୟକ୍ତି ଗୋ ହତ୍ୟା କରିବା ଓ ଅବ୍ୟବହୃତ ଗୋମାଂସକୁ ନିକଟସ୍ଥ ପୋଖରୀରେ ପୋତି ପକାଇବା ଘଟଣାକୁ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗଦଳର ସଭ୍ୟମାନେ ବିରୋଧ କରିଥିଲେ । ମାତ୍ର ଗୋହତ୍ୟାକାରୀ ମାନେ ସେମାନଙ୍କୁ ଗାଳିଗୁଲଜ କରିବା ସହ ଧମକଚମକ ଦେଇଥିଲେ । ତେବେ ଗାଁର ମା’ଥାନପତି ପୋଖରୀରେ ଗୋରୁଙ୍କର ଅବ୍ୟବହୃତ ମାଂସ ପୋତାଯାଇଥିବା ସଙ୍ଗଠନର ସଭ୍ୟମାନେ ପୋଲିସରେ ଲିଖିତ ଭାବେ ଅଭିଯୋଗ କରିବା ସହ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ପରେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଏଥିନେଇ ଏକ ମାମଲା ନଂ-୧୩୫/୨୩ ରୁଜୁ କରିଥିଲା । ପୋଲିସ ଗତକାଲି ଜଣେ ଅଭିଯୁକ୍ତଙ୍କୁ ଓ ଆଜି ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦ୍ୱୟ ହେଲେ ରବିନ ଶାହ ଓ ମହମ୍ମଦ ହୁସେନ । ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡିଛି ।
