Odisha news

ଚୋରା କୋଇଲା ବୋଝେଇ ପିକଅପ୍ ଜବତ, ଡ୍ରାଇଭର ଫେରାର

0

ତିହିଡି,୨୧/୦୩: ତିହିଡି ପୋଲିସ ପକ୍ଷରୁ ଏକ ଚୋରା କୋଇଲା ବୋଝେଇ ପିକଅପ୍ ଜବତ କରାଯାଇଛି । ତେବେ ଗାଡି ଛାଡି ଦେଇ ଡ୍ରାଇଭର ଫେରାର ହୋଇଯାଇଛି । ପ୍ରକାଶ ଯେ, ଗତକାଲି ରାତିରେ ନୟାନନ୍ଦରୁ ସାବରଙ୍ଗ ଆଡକୁ ଯାଉଥିବା ଏକ ପିକଅପ୍ (ନଂ-ଓଆର୨୨ଟିସି-୦୬୦୧ଏଣ୍ଡ୦୬୧୦) ଗାଡିରେ ଚୋରା କୋଇଲା ବୋଝେଇ ହୋଇଯାଉଥିବା ବେଳେ ରାତ୍ରି ପେଟ୍ରୋଲିଂ କରୁଥିବା ଅରୁନ୍ଧତି ବେହେରା, ପ୍ରଣବ କୁମାର ଗିରି, ଶ୍ରୀକାନ୍ତ ନାୟକ, ନକୁଳ ସେନାପତି, ବିବେକାନନ୍ଦ ସୂତାର ଓ ପଦ୍ୱନାଭ ନାୟକଙ୍କ ହାତରେ ଧରା ପଡିଥିଲା । ଏହି ଗାଡିରେ ୪୦ ବସ୍ତା କୋଇଲା ଥିଲା, ଯାହାର ଆନୁମାନିକ ପ୍ରାୟ ୧୮ କୁଇଣ୍ଟାଲ ହେବ ବୋଲି ପୋଲିସ କହିଛି । ପୋଲିସ ଏଥିନେଇ ଏକ ମାମଲା ନଂ-୧୩୬/୨୩ ରୁଜୁ କରଛି । ଏଠାରେ ସୂଚନାଯୋଗ୍ୟ ଯେ, ଜଣେ ପ୍ରାକ୍ତନ ସରପଞ୍ଚ ଓ ତାଙ୍କର ସହଯୋଗୀ କିଛି କୁଜି ନେତାଙ୍କ ପ୍ରୋତ୍ସାହନରେ ସ୍ଥାନୀୟ ଅଞ୍ଚଳରେ ଚୋରା କୋଇଲା କାରବାର ଚାଲିଥିବା ବେଳେ ବର୍ତ୍ତମାନର ସରପଞ୍ଚ ଓ ସମିତିସଭ୍ୟ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଓ ପୋଲିସ ପ୍ରଶାସନ ଠାରେ ବାରମ୍ବାର ଦାବି କରିଆସୁଛନ୍ତି । ପୋଲିସ ପକ୍ଷରୁ ଏଠାରେ ରାତ୍ରି ପୋଟ୍ରୋଲିଂକୁ ଅଧିକ କଡାକଡି କରାଗଲେ ଏହି କୋଇଲା ଚୋର ମାନଙ୍କୁ କାବୁ କରିହୁଅନ୍ତା ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Nalco
Leave A Reply