Odisha news

ତିହିଡି ଥାନା: ସବୁ ଘଟଣାରେ ଦଲାଲଙ୍କ ହସ୍ତକ୍ଷେପ , ପୋଲିସର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନରେ ରହୁନି ନିରପେକ୍ଷତା

0

ତିହିଡି,୦୬/୦୮(ଯଦୁମଣି ପାଣିଗ୍ରାହୀ ): ତିହିଡି ଥାନାରେ ଲୋକଙ୍କୁ ନ୍ୟାୟ ମିଳିପାରୁନି । ସବୁ ଘଟଣାରେ ଦଲାଲଙ୍କ ହସ୍ତକ୍ଷେପ । ପୋଲିସ ଅଭିଯୋଗକାରୀଙ୍କ ଅପେକ୍ଷା ଏହି ଦଲାଲଙ୍କ କଥାକୁ ଅଧିକ ଗୁରୁତ୍ୱ ଦେଉଛି । ବିଭିନ୍ନ ରାଜନୈତିକ ଦଳର କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଏହି ଦଲାଲି କରୁଥିବା ବେଳେ କିଛି ତଥାକଥିତ ଟାଉଟର ଶ୍ରେଣୀର ଲୋକ ବି ଏହି କାମରେ ନିଜକୁ ନିୟୋଜିତ ରଖିଛନ୍ତି । ଫଳରେ ପୋଲିସର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନରେ ନିରପେକ୍ଷତା ରହୁ ନଥିବା ଘଟଣା ସ୍ଥାନୀୟ ବୁଦ୍ଧିଜୀବୀଙ୍କୁ ବିସ୍ମିତ କରିଛି ।

ବିଶେଷକରି ରାଜ୍ୟ ସରକାର ରାଜ୍ୟରେ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଏଥିରେ ଥାନାକୁ ମଧ୍ୟ ସାମିଲ କରିଛନ୍ତି । ଅର୍ଥାତ କୌଣସି ଆପତ୍ତି ବା ଅଭିଯୋଗ ନେଇ ସାଧାରଣ ଲୋକଟିଏ ଥାନାକୁ ଗଲେ ପୋଲିସ ବାବୁମାନେ ତାଙ୍କୁ ଭଦ୍ରୋଚିତ ଆଚରଣ ପ୍ରଦର୍ଶନ କରିବା ସହ ତାଙ୍କ ଆବଶ୍ୟକ ସହାୟତା ଯୋଗାଇ ଦେବେ ।

ସେହିପରି ତାଙ୍କ ଅଭିଯୋଗର ସଠିକ୍ ଓ ନିରପେକ୍ଷ ତଦନ୍ତ କରି ତାଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବେ । ତେବେ ସଂପ୍ରତି ତିହିଡି ଥାନା ଇଲାକାରେ ଘଟିଥିବା କିଛି ଘଟଣା ଓ ପୋଲିସର ପଦକ୍ଷେପକୁ ଅବଲୋକନ କଲେ ପୋଲିସର କାର୍ଯ୍ୟଦକ୍ଷତା ଓ ନିରପେକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏସବୁ ଘଟଣାରେ ଦଲାଲଙ୍କ ଅଯଥା ହସ୍ତକ୍ଷେପ ପରିସ୍ଥିତିକୁ ଅଧିକ ବିବାଦୀୟ ଓ ଜଟିଳ କରିଥିବା ଜଣାଯାଇଛି । ଗତ କିଛି ମାସ ପୂର୍ବରୁ ଗୁଆମାଳ ଅଞ୍ଚଳରେ ହୋଇଥିବା ଏକ ଚୋରି ଘଟଣା, ଈଶ୍ୱରପୁରରେ ହୋଇଥିବା ଏକ ମାରପିଟ୍ ଘଟଣା ଓ ମାତ୍ର କିଛି ଦିନ ପୂର୍ବରୁ ସୟା ପଞ୍ଚାୟତ ବାଉଁଶବାଗ ଗାଁରେ ଘଟିଥିବା ଏକ ଅମାନବୀୟ ଘଟଣାରେ ପୋଲିସର ଭୂମିକା ଅନେକଙ୍କୁ ସନେ୍ଦହାଚ୍ଛନ୍ନ କରିଛି । ଅନ୍ୟପକ୍ଷେ ସଂପ୍ରତି କରୋନା ମହାମାରୀ ଆଳରେ ଅନେକ ଅଭିଯୋଗକୁ ପୋଲିସ କର୍ଣ୍ଣପାତ କରୁନଥିବା ଯୋଗୁଁ ଅଭିଯୋଗକାରୀ ମାନେ ଲିଖିତ ଅଭିଯୋଗ କରି ମଧ୍ୟ କୌଣସି ସୁଫଳ ପାଇପାରୁନାହାନ୍ତି ।

ପୋଲିସ ବାବୁମାନେ ଅଭିଯୋଗକାରୀଙ୍କ ଅଭିଯୋଗକୁ ଧୈର୍ଯ୍ୟ ଓ ନମ୍ରତାର ସହ ନଶୁଣି ବିରକ୍ତି ଭାବ ପ୍ରକାଶ କରୁଥିବା ଅନେକ ଅଭିଯୋଗ କରୁଥିବା ଜଣାଯାଇଛି । ତେଣୁ ପୋଲିସ ଥାନା ମଧ୍ୟରେ କୌଣସି ଦଲାଲଙ୍କୁ ପ୍ରଶ୍ରୟ ନ ଦେବା ସହିତ ସେମାନଙ୍କର ଅଯଥା ହସ୍ତକ୍ଷେପରୁ ଦୂରେଇ ରହି ସାଧାରଣ ଲୋକଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ଦାବି ହେଉଛି ।

Nalco
Leave A Reply