Odisha news

ତିହିଡିରେ ଭାରତ ବନ୍ଦ ପାଳିତ

ତିହିଡ଼ି,୨୭ା୦୯: ତିହିଡିରେ ସଂଯୁକ୍ତ କିଷାନ ମୋର୍ଚ୍ଚା, ଓଡିଶା କୃଷକ ସଭା, ସିପିଆଇଏମ୍, ସିଆଇଟିୟୁ ଓ କ୍ଷେତ ମୂଲିଆ ସଙ୍ଗଠନ ପକ୍ଷରୁ ସକାଳ ୬ଟା ଠାରୁ ବନ୍ଦ ପାଳିତ ହୋଇଥିଲା । ଫଳରେ ଯାନବାହନ ଚଳାଚଳ ବନ୍ଦ ରହିଥିବା ବେଳେ ସମସ୍ତ ସରକାକାରୀ ଦପ୍ତ, ବ୍ୟାଙ୍କ, ପୋଷ୍ଟ ଅଫିସ ଓ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା । କେନ୍ଦ୍ର ସରକାର ୩ କଳା କୃଷି ଆଇନକୁ ପ୍ରତ୍ୟାହାର କରିବା, ଶ୍ରମ ଆଇନ ସଂଶୋଧନ ନାଁରେ ୪ଟି ଲେବର କୋର୍ଡ ବାତିଲ କରିବା, ବେକାର ଯୁବକଙ୍କୁ ନିଯୁକ୍ତି ଦେବା, ସମସ୍ତ ଚାଷୀଙ୍କର ଋର ଛାଡ କରିବା, ସମବାୟ ସମିତି ଗୁଡିକ ପକ୍ଷରୁ ଚାଷୀଙ୍କୁ ସଠିକ ବୀମା ରାଶି ପ୍ରଦାନ କରିବା, ସବୁ ଚାଷୀଙ୍କୁ ଅନଲାଇନ ପଞ୍ଜିକରଣରେ ସୁବିଧା ଦେବା, ଶ୍ରମିକ ମାନଙ୍କୁ ପଞ୍ଜିକୃତ କରିବା ସହ କାର୍ଡ ପ୍ରଦାନ କରିବା, ଉଠା ଦୋକାନୀ ମାନଙ୍କୁ ଥଇଥାନ କରିବା, ଅଙ୍ଗନୱାଡି, ଆଶା, ପାଚିକା, ବ୍ୟାଙ୍କ ମିତ୍ର ଓ ଗାଁ ସାଥୀଙ୍କୁ ସରକାରୀକରଣ ଓ ନିଯୁକ୍ତିକୁ ସ୍ଥାୟୀ କରିବା ଆଦି ଦାବିରେ ଏହି ବନ୍ଦ ପାଳନ କରାଯାଇଥିଲା । ଏହି ବନ୍ଦରେ ସିପିଆଇଏମ୍ ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ, ଆଞ୍ଚଳିକ କମିଟି ସଂପାଦକ ନିର୍ମଳ ଦଳାଇ, ଜିଲ୍ଲା କମିଟି ସଭ୍ୟ ବିଷ୍ଣୁ ଦାଶ, ଦିଲୀପ ନାଥ, ଶ୍ରମିକ ନେତା ଗୟାଧର ସେଠୀ, ଜ୍ୟୋର୍ତିମୟ ମଳିକ, କୃଷକ ନେତା ଅର୍ଜୁନ ବଳ, ନାରାୟଣ ଦାଶ, ସତ୍ୟବ୍ରତ କୁଣ୍ଡ, ମୁକ୍ତିକାନ୍ତ ଭୋଳ, ସତ୍ୟଜିତ କୁଣ୍ଡ, କରୁଣାକର ସାହୁ, କୃଷ୍ଣଚନ୍ଦ୍ର ମଳିକ, ଭାଗବତ ସେନାପତି, କୃପାସିନ୍ଧୁ ମହାପାତ୍ର, ଦମୋଦର ସେନାପତି, କୁଶ ବାରିକ, ମୀନକେତନ ପ୍ରଧାନ ଓ ବାବୁ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

Comments are closed.