Odisha news

ସିଟୁ ପକ୍ଷରୁ ଶ୍ରମିକ ଦିବସ ପାଳିତ

0

ତିହିଡି,୦୨/୦୫: ତିହିଡିରେ ସିଆଟିୟୁ ତିହିଡି ବ୍ଲକ କମିଟି ପକ୍ଷରୁ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଦେଶରେ ଶ୍ରମିକ ଆଇନକୁ କେନ୍ଦ୍ର ସରକାର ଉଚ୍ଛେଦ କରି ମାତ୍ର ୪ଟି ଲେବର କୋର୍ଟରେ ପରିଣତ କରିଛନ୍ତି । ଶ୍ରମିକ ମାନେ ୮ ଘଣ୍ଟା ପରିବର୍ତ୍ତେ ୧୨ ଘଣ୍ଟା କାମ କରିବେ ବୋଲି ଯେଉଁ ଆଇନ କରାଯାଇଛି ତାକୁ ବାତିଲ କରିବା ଦାବିରେ ଚାଲିଥିବା ଆନେ୍ଦାଳନ ଆଗାମୀ ଦିନରେ ବ୍ୟାପକ କରାଯିବ ବୋଲି ସିଟୁର ନେତା ମାନେ କହିଥିଲେ । ସିଟୁର ସଭାପତି ବିଷ୍ଣୁଚରଣ ଦାସ, ଆଞ୍ଚଳିକ ସଂପାଦକ ନିର୍ମଳ ଦଳେଇ, ସିଟୁର ରାଜ୍ୟ ନେତା ରମେଶ ଜେନା, ସତ୍ୟବ୍ରତ କୁଣ୍ଡ, ପ୍ରଭାତ ପାତ୍ର, ବିଜୟ ଭୋଇ, ମୁକ୍ତିକାନ୍ତ ଧଳ, ଶ୍ରୀକାନ୍ତ ପଣ୍ଡା, ସତ୍ୟଜିତ କୁଣ୍ଡ, ମନ୍ମୟ ସାହୁ, ଦିଲୀପ ନାଥ, ଗୟାଧର ସେଠୀ, ମାୟାଧର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି କାଁପଡାରେ ଜ୍ୟୋର୍ତିମୟ ମଳିକଙ୍କ ନେତୃତ୍ୱରେ ଅନୁଷ୍ଠିତ ଶ୍ରମିକ ଦିବସରେ କୃଷ୍ଣଚନ୍ଦ୍ର ମଳିକ, ମଧୁସୂଦନ ମଳିକ, କୃପାସିନ୍ଧୁ ମହାପାତ୍ର, ତାପସ ଦାସ, ନାରାୟଣ ଦାସ ଓ ଅକ୍ଷୟ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

IEC 2 years
Leave A Reply