ତିହିଡି,୨୩/୦୩:ତିହିଡି ବ୍ଲକ ଅନ୍ତର୍ଗତ କୋହ୍ଲସ୍ଥିତ ନାରାୟଣ ସ୍ମୃତି ସାହିତ୍ୟ ସଂସଦର ୯ମ ବାର୍ଷିକ ଉତ୍ସବ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଂପାଦକ ବିଭୂତିଭୂଷଣ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ସଂସ୍କୃତି ବିଭାଗ ସଚିବ ବିଜୟ ନାୟକ, ମୁଖ୍ୟବକ୍ତା ଭାବେ ଭାଷାବିତ ଡ. ଦେବାଶିଷ ମହାପାତ୍ର, ସମ୍ମାନୀତ ଅତିଥି ଭାବେ ଗୀତିକାର ଶଚ୍ଚି ମହାନ୍ତି, ପଦ୍ମଲୋଚନ ମହାକୁଡ, ସାହିତ୍ୟ ଏକାଡେମୀ ସଭ୍ୟ ପୂର୍ଣ୍ଣଚନ୍ଦ୍ର ବହଳି, ଭରତ ଚନ୍ଦ୍ର ଦାସ, ଗୀତିକାର ପଞ୍ଚାନନ ନାୟକ ଓ ବାସନ୍ତୀ ଦାସ ପ୍ରମୁଖ ଯୋଗ ଦେଇ କବିଙ୍କ ଲେଖନୀରେ ଶାନ୍ତି, ପ୍ରୀତି ଓ ସୌହାର୍ଦ୍ଧ୍ୟର ଭାବନା ଜାଗ୍ରତ ହେଉ ବୋଲି କହିଥିଲେ । ନୀଳମାଧବ ସେନାପତି ବିବରଣୀ ପାଠ କରିଥିଲେ । ମଥୁରମୋହନ ବେହେରା ସ୍ୱାଗତ ଭାଷଣ ଓ ଆଶୁତୋଷ କରଣ ଅତିଥି ପରିଚୟ ଦେଇଥିଲେ । ଅନୁଷ୍ଠିତ କବିତା ପାଠୋତ୍ସବରେ ଅଧ୍ୟାପିକା ସଂଯୁକ୍ତା ଭାରତୀ ଓ ଗୀତାଶ୍ରୀ ପ୍ରିୟମ୍ବଦା ସଂଯୋଜକ ଭାବେ ଯୋଗ ଦେଇଥିଲେ । ଦିବ୍ୟଲୋଚନ ଭାରିମଲ୍ଲ, ଇତିଶ୍ରୀ ପତି, ଶୁଭଶ୍ରୀ ପଟ୍ଟନାୟକ, ଶଶାଙ୍କ ମିଶ୍ର, ଉଦିପ୍ତ କୁମାର ବହଳି, ପୂର୍ଣ୍ଣାନନ୍ଦ ମହାନ୍ତି, ବସନ୍ତ ମିଶ୍ର, ଚିତ୍ତରଞ୍ଜନ ପାଣି, ଶୁଭଶ୍ରୀ ସିଂହ, ବୀଣାପାଣି ମିଶ୍ର ପ୍ରମୁଖ କବିତା ପାଠ କରିଥିଲେ । ଲିପି ସୁଚିତ୍ରା ବାରିକ, ରତ୍ନମଞ୍ଜରି ନାୟକ, ସୌଦାମିନୀ ସମାନ୍ତରୟ, ଗୀତାଞ୍ଜଳି ପାଣି ଓ ଗୀତାରାଣୀ କରଙ୍କୁ ପ୍ରଶଂସାପତ୍ର ଦିଆଯାଇଥିଲା । ଅନ୍ୟପକ୍ଷେ ମୁଖ୍ୟ ଅତିଥିଙ୍କ ଦ୍ୱାରା ୨ଟି ପୁସ୍ତକ ଲୋକାର୍ପିତ ହୋଇଥିଲା । ସୁଷମା ଦାସ ଧନ୍ୟବାଦ ଦେଇଥିଲେ
Comments are closed.