ତିହିଡି,୧୫/୦୨: ତିହିଡି ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସୋମବାର ବନ୍ଦ ପାଳିତ ହୋଇଯାଇଛି । ତୈଳ ଓ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ଏବଂ ସରକାରୀ ଧାନ ବିକ୍ରୟ କେନ୍ଦ୍ରରେ ଚାଷୀ ଧାନ ବିକି ନପାରିବା ପ୍ରତିବାଦରେ କଂଗ୍ରେସର ନେତା ଓ କର୍ମୀମାନେ ତିହିଡି ବଜାରରେ ରାସ୍ତା ଅବରୋଧ କରିଥିଲେ । ଏଥିସହିତ ସେମାନେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବ୍ୟବସାୟ ପ୍ରତିଷ୍ଠାନକୁ ବନ୍ଦ କରିଥିଲେ । ବ୍ଲକ କଂଗ୍ରେସ ସଭାପତି ସରୋଜ ଦାସ, ବରିଷ୍ଠ ନେତା ନାରାୟଣ ଚନ୍ଦ୍ର ବାରିକ, ଯୁବ କଂଗ୍ରେସ ସଭାପତି ସୁଧାଂଶୁ ମାହୁନ୍ତ, ସମିତିସଭ୍ୟ ଉଦ୍ଧବ ନାୟକ, ସମିତିସଭ୍ୟଙ୍କ ପ୍ରତିନିଧିô ସୁରେଶ ମହାପାତ୍ର, ଗଗନବିହାରୀ ମହାନ୍ତି, ପାକ୍ତନ ସରପଞ୍ଚ ଗଜେନ୍ଦ୍ର ପରିଡା, ମୀନକେତନ ସେନାପତି, ବେଣୁଧର ଦାସ, ଦିଲ୍ଲୀପ ବିଶ୍ୱାଳ, ଅମର କୁମାର ବେହେରା, ଭାସ୍କର ନାଥ, ବଳରାମ କବି, ଲକ୍ଷ୍ମୀକାନ୍ତ ପଣ୍ଡା, ହରିହର ମଳିକଙ୍କ ନେତୃତ୍ୱରେ ଏହି ବନ୍ଦ ପାଳନ କରାଯାଇଥିଲା ।
Comments are closed.