Odisha news

ସମସ୍ତଙ୍କ ସହଯୋଗ ରହିଲେ ବିଦ୍ୟାଳୟର ଉନ୍ନତି ହୋଇପାରିବ

0

ତିହିଡି,୦୪/୦୨(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଭାଟପଡା ପଞ୍ଚାୟତ ଅଧିନ ଭାଟପଡା ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ଏକ ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରମାମଣୀ ବେହେରାଙ୍କ ପ୍ରଦତ୍ତଅର୍ଥରେ ନିର୍ମିତ ଏକ ନୂତନ ଫାଟକକୁ ବ୍ଲକ ଶିକ୍ଷାଧିକାରୀ ମଧୁସୂଦନ ଷଣ୍ଢ ଉଦଘାଟନ କରିବା ପରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାଥମିକ ଶିକ୍ଷକ ସଂଘର ପ୍ରାକ୍ତନ ସଭାପତି ଅକ୍ଷୟ କୁମାର ବାରିକ ଅଧ୍ୟକ୍ଷତା କରିଥିଲେ ।

ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଷଣ୍ଢ, ମୁଖ୍ୟ ବକ୍ତା ଭାବେ ହରେନ୍ଦ୍ର ନାଥ ଗିରି, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଶିକ୍ଷାଧିକାରୀ ସନ୍ତୋଷ କୁମାର ରାଉତ ଏବଂ ଦାମୋଦର ଜେନା, ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ ରମାକାନ୍ତ ଦାସ, ଜିଲ୍ଲା ସଂଘ କୋଷାଧ୍ୟକ୍ଷ ଗିରିଧାରୀ ଚାନ୍ଦ, ସିଆରସିସି ବସନ୍ତ ବେହେରା ଓ ଶ୍ରୀନାଥ ମଲ୍ଲିକ ଯୋଗ ଦେଇଥିଲେ ।

ସମସ୍ତଙ୍କ ସହଯୋଗ ରହିଲେ ବିଦ୍ୟାଳୟର ଉନ୍ନତି ହୋଇପାରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ସର୍ବ ପୁରାତନ ଛାତ୍ର ବିଦ୍ୟାଧର ପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ରାଉତ ଧନ୍ରବାଦ ଦେଇଥିଲେ । ଶିକ୍ଷକ ଧରଣୀଧର ଦାସ, ବାସନ୍ତୀ ପାତ୍ର, ଜୟଶ୍ରୀ ଦାସ, ସନ୍ତୋଷ କୁମାର ସିଂ, ପ୍ରଫୁଲ ସେଠୀ, ଜଳଧର ସିଂଙ୍କ ସମେତ ପରିଚାଳନା ସମିତିର ସଦସ୍ୟ ନରେନ୍ଦ୍ର ବାରିକ, ମନମୋହନ ସାହୁ, ବିନୋଦ ବିହାରୀ ନାୟକ, ମହେଶ୍ୱର ପଣ୍ଡା, ପୂର୍ଣ୍ଣିମା ବେହେରା ଓ ବିନୟା ବେହେରା ପ୍ରମୁଖ ବକ୍ତବ୍ୟ ଦେଇଥିଲେ ।

Leave A Reply