Odisha news

ସଙ୍ଗଠିତ ହୋଇ କାର୍ଯ୍ୟ କରିବାକୁ ବିଜେଡି ନେତାଙ୍କ ଆହ୍ୱାନ

0

ତିହିଡି,୦୪/୦୨(ଯଦୁମଣି ପାଣିଗ୍ରାହୀ): ଧାମନଗର ନିର୍ବାଚନମଣ୍ଡଳୀ ଅଧିନ ତିହିଡି ବ୍ଲକ ଅଚକ ପଞ୍ଚାୟତର ନନ୍ଦପୁର ବଜାରରେ ବିଜେଡିର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦଳର ବରିଷ୍ଠ ନେତା ଅକ୍ଷୟ ମଲ୍ଲିକ ଅଧ୍ୟକ୍ଷତା କରିଥିଲେ । ପଞ୍ଚାୟତରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ କମଳାକାନ୍ତ ଭୋଇ ଏବଂ ବରିଷ୍ଠ ନେତା ଗଣେଶ ପ୍ରସାଦ ବିଶ୍ୱାଳଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ଉପୁଜୁଥିଲା । କର୍ମୀ ସମ୍ମିଳନୀରେ ଏହି ଦୁଇ ନେତା ହାତ ମିଳାିବା ସହ ଆଗାମୀ ଦିନରେ ପଞ୍ଚାୟତରେ ବିକାଶର ଧାରା ତ୍ୱରାନ୍ୱିତ ହୋଇପାରିବ ବୋଲି ମଞ୍ଚାସୀନ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

ଯୁବ ସଭାପତି ତରୁଣ ଭୋଇ, ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ନାୟକ ଓ ଶୁଭେନ୍ଦୁ କୁମାର ମଲ୍ଲିକ ଏଥିରେ ଯୋଗ ଦେଇ ସଙ୍ଗଠିତ ହୋଇ କାର୍ଯ୍ୟ କରିବାକୁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟନାରାୟଣ ଭୋଇ, ତପନ କୁମାର ଭୋଇ, ପ୍ରଶାନ୍ତ ପୁହାଣ, ବୀରେନ୍ଦ୍ର ମଲ୍ଲିକ, ଶଚ୍ଚିକାନ୍ତ ସ୍ୱାଇଁ, ଲଲାଟେନ୍ଦୁ ନାୟକ, ଗଣେଶ ବେହେରା, ରାଜକିଶୋର ସାହାଣୀ, ନରହରି ଖୁଣ୍ଟିଆ, ପ୍ରଭାତ ବୈୟାରୀ, ଅମର ମଲ୍ଲିକ, ସୟଦ ଅନୱର, ସୟଦ ନାଗର, ସୟଦ ମମତାଜ, ସୟଦ ୟୁସୁବ, ବିଜୟ ଭୋଇ, ବଂଶୀଧର ଦଳେଇ ପ୍ରମୁଖ କର୍ମୀମାନେ ଯୋଗ ଦେଇ ବକ୍ତବ୍ୟ ଦେଇଥିଲେ । ସମ୍ମିଳନୀରେ ବିଭିନ୍ନ ୱାର୍ଡର ସଦସ୍ୟଙ୍କ ସମେତ ୫ଶହରୁ ଉର୍ଦ୍ଧ୍ୱ କର୍ମୀ ଯୋଗ ଦେଇଥିଲେ ।

IEC 2 years
Leave A Reply