Odisha news

ନାଟ୍ୟକାର ଓ ସମାଜସେବୀ ଜଗବନ୍ଧୁ ନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ

0

ତିହିଡି,୨୫/୦୧(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅନ୍ତର୍ଗତ ଭାଟପଡା ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ, ନାଟ୍ୟକାର ଓ ସମାଜସେବୀ ଜଗବନ୍ଧୁ ନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉତ୍ସବ ତିହିଡି ଗ୍ରାମରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଯଦୁମଣି ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ଶିକ୍ଷାବିତ ସୋମନାଥ ପାଢୀ ଓ ନିତ୍ୟାନନ୍ଦ ନାୟକ, ବ୍ଲକ କଂଗ୍ରେସ କମିଟି ସଭାପତି ସରୋଜ ଦାସ, କବି ଓ ଆଲୋଚକ ନିର୍ମଳ ସେନାପତି ଅତିଥି ଭାବେ ଯୋଗ ଦେଇ ଜଗବନ୍ଧୁ ଏକାଧାରରେ ଜଣେ ନାଟ୍ୟକାର, ନାଟ୍ୟ ନିଦେ୍ର୍ଦଶକ, ଦକ୍ଷ ରାଜନେତା ଓ ସମାଜସେବୀ ଥିଲେ ବୋଲି କହିବା ସହ ତାଙ୍କ ସରପଞ୍ଚ କାଳରେ ଭାଟପଡା ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ଦିଗରେ ସେ କାର୍ଯ୍ୟ କରିଥିଲେ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ହରମୋହନ ନାୟକ, ଆଇନଜୀବୀ ବଳରାମ ନାୟକ, ସମାଜସେବୀ ସୁରେନ୍ଦ୍ର ନାୟକ, ସାମ୍ବାଦିକ ରାମ ନାରାୟଣ ନାୟକ, ପ୍ରଭାତ ରାଉଳ, ସମାଜସେବୀ କୁମାର ଗଙ୍ଗାଧର, ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ ପ୍ରମୁଖ ସ୍ୱର୍ଗତ ନାୟକଙ୍କ ସ୍ମୃତିଚାରଣ କରିଥିଲେ । ସେହିପରି ପଥଚାରୀଙ୍କୁ ବିଶୁଦ୍ଧ ଓ ଥଣ୍ଡା ପାନୀୟ ଜଳ ଯୋଗାଇବା ଉଦେ୍ଦଶ୍ୟରେ ସକାଳେ ତିହିଡି ବଜାରରେ ସାଇ ଜଗବନ୍ଧୁ ନିର୍ମଳ ଝର ଉଦଘାଟିତ ହୋଇଥିଲା । ଶ୍ରୀ ସତ୍ୟସାଇ ସେବା ସମିତିର ଆବାହକ ପାର୍ଥସାରଥୀ ନାୟକ ଧନ୍ୟବାଦ ଦେଇଥିଲେ ।

Leave A Reply