ତିହିଡି,୧୭/୦୧: ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି କରୋନା ଭେକ୍ସିନ ଆସି ପହଞ୍ଚିଛି । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏହି ଭେକ୍ସିନ ପୂର୍ଣ୍ଣ ସୁରକ୍ଷା ମଧ୍ୟରେ ଆସି ପହଞ୍ଚିଥିଲା । ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା.ଶୁଭକାନ୍ତ ଓଝା ଭେକ୍ସିନ ଗ୍ରହଣ କରିବା ପରେ ଏହାକୁ ସୁରକ୍ଷିତ ରଖିଥିଲେ । ସୋମବାର ଠାରୁ ପ୍ରାଥମିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କୁ ଏହି ଭେକ୍ସିନ ଦିଆଯିବ ।
ସ୍ୱାସ୍ଥ୍ୟକେନ୍ଦ୍ର ସମେତ ଏହା ଅଧିନରେ ଥିବା ୭ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ମାନଙ୍କୁ ଭେକ୍ସିନ ଦିଆଯିବ । ତେବେ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀମାନେ ଭେକ୍ସିନ ନେବେେ ନାହିଁ ବୋଲି ନିଷ୍ପତ୍ତି ନେଇଥିବାରୁ ଏହା ଚିନ୍ତାର ବିଷୟ ହୋଇଛି । ସୂଚନାଯୋଗ୍ୟ ଯେ, ଦାବି ପୂରଣ ପାଇଁ ସେମାନେ କଳାବ୍ୟାଚ ପରିଧାନ କରିଛନ୍ତି । ଭେକ୍ସିନ ନ ନେଲେ ମଧ୍ୟ ସେମାନେ ଏହି କାର୍ଯ୍ୟକ୍ରମରେ ସାମିଲ ରହିବେ ବୋଲି ସୂଚନା ଦେଇଛନ୍ତି ।
