ତିହିଡି : ଭଦ୍ରକ ଜିଲ୍ଲାରେ ସଂପ୍ରତି କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା କଣାଯାଇଛି । ପ୍ରତିଦିନ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସଂକ୍ରମଣ କ୍ରମଶଃ ବୃଦ୍ଧି ପାଉଥିବା ବେଳେ ଲୋକେ କିନ୍ତୁ କରୋନା ନିୟମକୁ ମାନିବା ଭଳି ପରିସ୍ଥିତିରେ ନାହାନ୍ତି । ସେହିପରି ବ୍ୟବସାୟୀ ମାନେ ବି ସରକାରୀ ନିୟମକୁ ବେଖାତିର କରି ବ୍ୟବସାୟ କରୁଛନ୍ତି । ବିନା କାରଣରେ ଓ ମୁହଁରେ ମାସ୍କ ନ ପିନ୍ଧି ତଥା ସାମାଜିକ ଦୂରତା ରକ୍ଷା ନକରି ଲୋକେ ହାଟବଜାରରେ ବୁଲୁଥିବା ପରିଲକ୍ଷିତ ହେଉଛି ।
ଏସବୁକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଗତକାଲି ଠାରୁ ତିହିଡି ସଦର ମହକୁମା ତିହିଡି ବଜାରକୁ ଲକ୍ଡାଉନ ଘୋଷଣା କରିଥିଲେ । ଏହା ଆସନ୍ତା ୩୧ ତାରିଖ ଯାଏଁ ବଳବତ୍ତର ରହିବ ବୋଲି ନିଦେ୍ର୍ଦଶନାମା ରହିଛି । ଏଥିସହିତ କେଉଁ ଦୋକାନ ଖୋଲା ରହିବ ଓ କେଉଁ ଦୋକାନ ବନ୍ଦ ରହିବ ତାହାର ପୂର୍ଣ୍ଣ ବିବରଣୀ ବି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଏସବୁ ସତ୍ତ୍ୱେ ତିହିଡି ବଜାରରେ ଥିବା ଏକ ପୁଟୁଳିବଣିଆ ଦୋକାନ ଓ ଏକ ଷ୍ଟୁଡିଓ ଖୋଲା ରଖାଯାଇଥିବା ସଂପର୍କରେ ଖବର ପାଇ ଅତିରିକ୍ତ ତହସିଲଦାର ଲଗ୍ନଜିତ ବେହେରା ଚଢାଉ କରିଥିଲେ ଓ ଦୋକାନ ଦୁଇଟିକୁ ସିଲ୍ କରି ଦେଇଥିଲେ । ସେହିପରି ତହିଡିରେ ଥିବା ବିଦେଶୀ ମଦ ଦୋକାନ ଅନ୍ଲାଇନରେ ବଦ ନବିକି ସିଧାସଳଖ ଲୋକଙ୍କୁ ଏହା ବିକ୍ରି କରୁଥିବା ଜାଣି ଶ୍ରୀ ବେହେରା ଏହ ଉପରେ ମଧ୍ୟ ଚଢାଉକରି ଏହାକୁ ସିଲ୍ କରି ଦେଇଥିବା ଜଣାଯାଇଛି ।
