Odisha news

ଶିକ୍ଷାର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ

0

ତିହିଡି,୨୬/୧୨: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବିଳଣା ପଞ୍ଚାୟତ ଅଧିନ ଗଳଗଣ୍ଡପୁର ପ୍ରୋଜେକ୍ଟ ୟୁପି ସ୍କୁଲରେ ଗତକାଲି ମୋ ସ୍କୁଲ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦେବେନ୍ଦ୍ର ପୁହାଣ ଅଧ୍ୟକ୍ଷତା କରିଥିଲେ । ବ୍ଲକ ଅଧ୍ୟକ୍ଷା ବିଦୁ୍ୟତଲତା ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷାର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ସରପଞ୍ଚ ଭାଗିରଥି ମଳିକ, ପୂର୍ବତନ ସରପଞ୍ଚ ଶରତ ମଳିକ, ସିଆରସିସି ଭରଦ୍ୱାଜ ମହାପାତ୍ର, ପୂର୍ବତନ ସମିତିସଭ୍ୟ ବିନୋଦ ସେଠୀ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନଶିକ୍ଷକ ମନୋରଞ୍ଜନ ନାୟକ, ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ପଣ୍ଡା, ସୁମତି ଷେଣ୍ଢ, ମମତା ମହାନ୍ତି, ନିଳିମା ନାୟକ, ଶିକ୍ଷକ ଜଗନ୍ନାଥ ମହାକୁଡ, ଏବଂ ପୂର୍ବତନ ଛାତ୍ର ଲକ୍ଷ୍ମୀକାନ୍ତ ନାୟକ, ବିଶ୍ୱରୟ୍ଜନ ନାୟକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ୧୮୮୪ ମସିହାରେ ସ୍ଥାପିତ ଏହି ସ୍କୁଲ ସର୍ବାଙ୍ଗୀନ ଉନ୍ନତି ଲାଗି ସମସ୍ତ ପୁରତନ ଛାତ୍ର ସହଯୋଗ କରିବାକୁ ବୈଠକରେ କୁହାଯାଇଥିଲା ।

Leave A Reply