ତିହିଡି,୨୬/୧୨: ଭଦ୍ରକ-ଚାନ୍ଦବାଲି ରାସ୍ତାର ନାଲଗୁଣ୍ଡା ନିକଟରେ ଆଜି ସକାଳେ ଏକ ଆଳୁ ବୋଝେଇ ଟ୍ରକରୁ ଖସି ପଡି ଜଣେ ଶ୍ରମିକ ପ୍ରାଣ ହରାଇଛନ୍ତି । ମୃତ ଶ୍ରମିକଙ୍କ ନାଁ ମଦନ ରାଉଳ(୩୮) । ତାଙ୍କ ଘର ଚାନ୍ଦବାଲି ଥାନା ଭାଟପଡା ପଞ୍ଚାୟତ ଅଧିନ ଗୋପାଳବିନ୍ଧା ଗାଁରେ ବୋଲି ଜଣାଯାଇଛି । ଟ୍ରକଟି ଭଦ୍ରକରୁ ଚାନ୍ଦବାଲି ଅଭିମୁଖେ ଯାଉଥିଲା । ନାଲଗୁଣ୍ଡା ନିକଟରେ ଟ୍ରକ ଉପରେ ବସିଥିବା ମଦନ ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲେ । ଗୁରୁତର ଆହତ ଅବସ୍ଥାରେ ମଦନଙ୍କୁ ତିହିଡି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଚାନ୍ଦବାଲି ପୋଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦର ବ୍ୟବସ୍ଥା କରାଇଛି ।
