ତିହିଡି,୨୧/୧୨(Jadumani Panigrahi) : ଭଦ୍ରକ ଜିଲ୍ଲା ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖସ୍ଥ ଉଭୟ ପାଶ୍ୱର୍ରେ ଅଳିଆ ଆବର୍ଜନା କୁଢ କୁଢ ହୋଇ ପଡିରହିଛି । ଯାହାଫଳରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଅସ୍ୱାସ୍ଥ୍ୟ୍ୟକର ପରିବେଶ ସୃଷ୍ଟି ହୋଇଛି । ତେବେ ବର୍ଷ ବର୍ଷ ଧରି ଏହି ଆବର୍ଜନ ପଡିରହିବା ପରେ ପ୍ରଶାସନର ନିଦ ଭାଙ୍ଗିଛି । ପ୍ରଶାସନିକ ଅଧିକାରୀ ମାନେ ଆଜି କେତେକ ରାଜନୈତିକ ବ୍ୟକ୍ତିଙ୍କ ସହିତ ଏ ସଂପର୍କରେ ଆଲୋଚନା କରିଛନ୍ତି । ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ଆବର୍ଜନ ହଟାଯିବା ସହିତ ସେଠାରେ ଏକ ଶୌଚାଳୟ ନିର୍ମାଣ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି । ସ୍ୱସ୍ଥ୍ୟକେନ୍ଦ୍ର ସାମ୍ନାର ଉଭୟ ପାଶ୍ୱର୍ରେ ପଡି ରହିଥିବା ଆବର୍ଜନା ଯୋଗୁଁ ଦୁର୍ଗନ୍ଧ ବାହାରି ପରିବେଶ ପ୍ରଦୁ୍ୟଷିତ ହେଉଛି । ସ୍ୱାସ୍ଥ୍ୟକେନ୍ଦ୍ର ପ୍ରବେଶପଥର ଦକ୍ଷିଣ ପାଶ୍ୱର୍ରେ ଏକ ଗୃହ ବହୁ ବର୍ଷ ହେଲା ବ୍ୟବହାର ଅନୁପଯୋଗୀ ହୋଇ ପଡିରହିଛି । ଯାହାକୁ ଭଙ୍ଗାଯାଇ ପୁନଃନିର୍ମାଣ କରିବା ଦିଗରେ ଦୃଷ୍ଟି ଦିଆଯାଉନାହିଁ । ଯାହାଫଳରେ ସେହି ଗୃହର ଆଖପାଖ ପରିସର ସ୍ଥାନୀୟ ଦୋକାନୀ ମାନଙ୍କ ପାଇଖାନା ଓ ପରିସ୍ରାଗାରା ପାଲଟିଛି । ଦୋକାନୀମାନେ ସ୍ୱାସ୍ଥ୍ୟକେନ୍ଦ୍ର ଭିତରକୁ ପ୍ରତିଦିନ ଅଳିଆ ଆବର୍ଜନା ଆଣି ଫିଙ୍ଗୁଛନ୍ତି । ଏହାର ପ୍ରତିବାଦ ନଥିବାରୁ ସ୍ୱାସ୍ଥ୍ୟକେନ୍ଦ୍ର ସାମ୍ନାରେ ଆବର୍ଜନାମୟ ହୋଇଛି । ଏହା ନିକଟରେ ଆଉଟ୍ଡୋର ଥିବାରୁ ଏଥିରୁ ବାହାରୁଥିବା ଦୁର୍ଗନ୍ଧରୁ ଉଭୟ ଡାକ୍ତର ଓ ରୋଗୀମାନେ ଅତିଷ୍ଠ ହେଉଛନ୍ତି । ବର୍ଷକର୍ପୂବେ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ଏକ ପାଇଖାନା ନିର୍ମାଣ କରାଯାଇଥିଲା । ପାଇଖାନାଟି ଅବ୍ୟବହୃତ ହୋଇ ଆବର୍ଜନା ଭିତରେ ପଡିରହିଛି । ଆଜି ସ୍ଥାନୀୟ ତହସିଲଦାର ରମେଶଚନ୍ଦ୍ର ପଣ୍ଡା, ବିଡିଓ ବସନ୍ତ ସାହାଣୀ, ବ୍ଲକ ଅଧ୍ୟକ୍ଷା ବିଦୁ୍ୟତଲତା ନାୟକ ସ୍ୱାସ୍ଥ୍ୟକେନ୍ଦ୍ର ନିକଟକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ । ସେହିସ୍ଥାନକୁ ସଫା କରାଯାଇ ଶୌଚାଳୟ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ବିଜେଡି ବ୍ଲକ ସଭାପତି ରଘୁନାଥ ପଣ୍ଡା, କାର୍ଯ୍ୟକାରୀ ସଭାପତି ବାପୁଜୀ ନାୟକ ପ୍ରାକ୍ତନ ଏମପିଙ୍କ ପ୍ରତିନିଧି ସୁରେନ୍ଦ୍ର ନାୟକ, ସରପଞ୍ଚ ପ୍ରଦୀପ ପଣ୍ଡା, କୀର୍ତ୍ତନ ରାଉତ, ସମିତିସଭ୍ୟ ସଂଗ୍ରାମ ଦାସ, ବ୍ଲକ କଂଗ୍ରେସ ସଭାପତି ସରୋଜ ଦାସ ପ୍ରମୁଖ ଏଥିରେ ସାମିଲ ଥିଲେ ।
