Odisha news

ପୀରହାଟରେ ଗୋଟିଏ ରାତିରେ ୭ଟି ଦୋକାନରୁ ଚୋରି

0

ତିହିଡି,୧୭/୧୨: ଭଦ୍ରକ ଜିଲ୍ଲା ଅଧିନ ତିହିଡି ଥାନା ଅଧିନ ପୀରହାଟ ବଜାରରେ ଗୋଟିଏ ରାତିରେ ୭ଟି ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଚୋର ମାନେ ଦୋକାନ ସବୁର ତାଲା ଭାଙ୍ଗି ଟଙ୍କା ଓ ସାମଗ୍ରୀ ଚୋରି କରି ନେଇଛନ୍ତି । ଦୋକାନ ମାଲିକ ଆଜି ଏ ସଂପର୍କରେ ତିହିଡି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଥିବା ଜଣାଯାଇଛି । ପୀରହାଟ ବଜାରରେ ଥିବା ଅବୁଲ ସାହାଜୀଙ୍କ ସାଇକେଲ ଦୋକାନ, ଅବିନାଶ ଭୋଇଙ୍କ ଲେଡିଜ୍ କର୍ଣ୍ଣର, ଚିନ୍ତାମଣି ପଣ୍ଡାଙ୍କ ପୂଜା ସାମଗ୍ରୀ ଦୋକାନ, ଅଭିମନୁ୍ୟ ପଣ୍ଡାଙ୍କ ଗୋଖାଦ୍ୟ ଦୋକାନ, ସନ୍ତୋଷ ମହାନ୍ତିଙ୍କ ଭେରାଇଟ ଷ୍ଟୋର, ବିଜୟ ବେହେରାଙ୍କ ଷ୍ଟେସନାରୀ ଦୋକାନ ଓ ଅନ୍ୟ ଏକ କବାଡିଆ ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି ।

Leave A Reply