Odisha news

ଅଗ୍ନିକାଣ୍ଡରେ ୪ ବଖରା ପୋଡି ପାଉଁଶ

0

ତିହିଡି,୧୪/୧୨: ଭଦ୍ରକ ଜିଲ୍ଲା ତିହିଡି ତହସିଲ ଗୁଆମାଳ ପଞ୍ଚାୟତ ଅଧିନ ନୂଆଶାସନ ଗ୍ରାମରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୨ ପରିବାରର ୪ ବଖରା ଘର ପୋଡି ସଂପୂର୍ଣ୍ଣ ପାଉଁଶ ହୋଇଯାଇଛି । ପ୍ରକାଶ ଯେ, ଆଜି ଭୋର ୫ଟା ସମୟରେ ଏହି ଗାଁର କୈଳାଶ ଚନ୍ଦ୍ର ପଣ୍ଡା ଓ ଅଶୋକ ପଣ୍ଡାଙ୍କ ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିଲା । ନିମିଷକ ମଧ୍ୟରେ ନିଆଁ ଚାରିଆଡକୁ ବ୍ୟାପୀ ଯାଇଥିଲା । ଖବରପାଇ ତୁରନ୍ତ ତିହିଡିରୁ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇ ପାରିନଥିଲେ ।

ଏହି ଅଗ୍ନିକାଣ୍ଡରେ ଏହି ଦୁଇ ପରିବାରଙ୍କ ଲୁଗାପଟା, ଆସବାବ ପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି । ଖବରପାଇ ଅଗ୍ନି ବିପନ୍ନଙ୍କ ନିକଟରେ ସାଂସଦ ମଞ୍ଜୁଲତା ମଣ୍ଡଳ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଚିନ୍ତାମଣୀ ଦାସ ଓ ସରପଞ୍ଚ ପ୍ରଦୀପ ପଣ୍ଡା ପହଞ୍ଚି ବିପନ୍ନ ପରିବାରକୁ ସମବେଦନା ଜଣାଇଥିଲେ । ତିହିଡି ତହସିଲ ପ୍ରଶାସନ ପକ୍ଷରୁ ଦୁଇ ପରିବାରକୁ ପ୍ରାଥମିକ ସହାୟତା ଯୋଗାଇ ଦିଆଯାଇଥିବା ବେଳେ ସାଂସଦ ଶ୍ରୀମତୀ ମଣ୍ଡଳ ବିପନ୍ନ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

Nalco
Leave A Reply