Odisha news

ତିହିଡି ବ୍ଳକ ଅନ୍ତର୍ଗତ ଫତେପୁର ପଞ୍ଚାୟତ ଅଫିସ ଗୃହ ନିର୍ମାଣ ଲାଗି ଶେଷରେ ସ୍ଥାନ ଚିହ୍ନଟ

0

ତିହିଡି : ତିହିଡି ବ୍ଳକ ଅନ୍ତର୍ଗତ ଫତେପୁର ପଞ୍ଚାୟତ ଅଫିସ ଗୃହ ନିର୍ମାଣ ଲାଗି ଶେଷରେ ସ୍ଥାନ ଚିହ୍ନଟ ଓ ମାପଚୁପ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଫଳରେ ଫତେପୁର ପଞ୍ଚାୟତବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷାର ଏକପ୍ରକାର ଅବସାନ ଘଟିଛି । ପ୍ରକାଶ ଯେ, ଗତ ୨୦୧୭ ମସିହାରେ ଫତେପୁର ପଞ୍ଚାୟତଟି ନୂତନଭାବେ ଗଠିତ ହୋଇଥିଲା । ତେବେ ଏହାର ଅଫିସ ଗୃହ ନିର୍ମାଣ ଲାଗି ପଞ୍ଚାୟତବାସୀ ସେହି ଦିନ ଠାରୁ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ଏଥିନେଇ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ କୋହ୍ଲ ପଞ୍ଚାୟତ ଅଫିସ ଠାରେ ଏହି ପଞ୍ଚାୟତର ସମସ୍ତ କାର୍ଯ୍ୟ ପରିଚାଳିତ ହୋଇ ଆସୁଥିଲା । ଯାହାକୁ ନେଇ ବହୁ ଅସୁବିଧା ସୃଷ୍ଟି ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ସରପଞ୍ଚ ଝରଣା ଯେନା ପଞ୍ଚାୟତ ଅଫିସ ଗୃହ ନିର୍ମାଣ ଲାଗି ଏକ ଜାଗା ଯୋଗାଇ ଦେବାକୁ ତହସିଲଦାରଙ୍କୁ ଚିଠି ଲେଖିଥିଲେ ।

ପରେ ତହସିଲଦାର କୋହ୍ଲ ଆରଆଇଙ୍କୁ ଏଥିନେଇ ଅବଗତ କରାଇବା ପରେ ଆରଆଇ ଫତେପୁର ମୌଜାର ଉନ୍ନତ ଯୋଜନା ଯୋଗ୍ୟ କିସମର ୨୫ ଡେସିମିଲ ଜମି ଖାତା ନଂ-୯୮୨ ଓ ପ୍ଲଟ ନଂ-୯୦୪କୁ ଚିହ୍ନଟ କରି ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ରିପୋର୍ଟ ମିଳିବା ପରେ ତହସିଲ ଅଫିସ ପକ୍ଷରୁ ଉକ୍ତ ସ୍ଥାନ ସଂପର୍କରେ ସର୍ବସାଧାରଣ ନୋଟିସ ଜାରି କରାଯାଇ ଲୋକଙ୍କ ଆପତ୍ତି ଅଭିଯୋଗର ଶୁଣାଣି କାର୍ଯ୍ୟ ଇତିମଧ୍ୟରେ ମଧ୍ୟ ଶେଷ ହୋଇଛି । ପରେ ତହସିଲଦାର ଗତ ୧୭-୦୭-୨୦ରେ ତାଙ୍କ ଚିଠି ନଂ-୧୫୭୦ ମୂଳେ ଉକ୍ତ ସ୍ଥାନର ମାପଚୁପ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁସାରେ ଆଜି ଉକ୍ତ ଜମିକୁ ମାପଚୁପ କରିବା ଲାଗି ଦିନ ଧାର୍ଯ୍ୟ ହେବା ସହ କୋହ୍ଲ ଆରଆଇ, ସରକାରୀ ଅମିନ ଓ ପୋଲିସ ପ୍ରଶାସନ ଘଟଣାସ୍ଥଳକୁ ଯାଇଥିଲେ । ତେବେ ଉକ୍ତ ଜାଗାରେ ପାଣି ଜମି ରହିଥିବା କାରଣରୁ ମାପଚୁପ ହୋଇ ପାରି ନଥିବା ଜଣାଯାଇଛି ।

Leave A Reply