Odisha news

ମାସ୍କ ବ୍ୟବହାର କରିବା ଭୁଲିଗଲେଣି ଲୋକେ

0

ତିହିଡି,୧୮/୧୧(Jadumani Panigrahi) : : ଚଳିତ ଶୀତ ଋତୁରେ କୋରୋନା ସଂକ୍ରମଣ ପୁଣିଥରେ ଦେଖାଦେବାର ଆଶଙ୍କା ଥିବାରୁ ସରକାରୀ ସ୍ତରରେ ଅଯଥା ଭିଡ ନ ଜମାଇବା ଓ ମାସ୍କ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ତିହିଡି ଅଞ୍ଚଳର ସାଧାରଣ ଲୋକେ ଓ ବ୍ୟବସାୟୀ ମାନେ ଏହାକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ସାଧାରଣ ଲୋକେ ବିନା ମାସ୍କରେ ରାସ୍ତାଘାଟରେ ଚଳପ୍ରଚଳ କରୁଥିବା ବେଳେ ଦୋକାନ ବଜାରରେ ଭିଡ ଜମାଉଛନ୍ତି । ଅନ୍ୟପକ୍ଷେ ଦୋକାନୀ ମାନେ ବି ମାସ୍କ ପିନ୍ଧିବା ଉପରେ ଆଦୌ ଗୁରୁତ୍ୱ ଦେଉନାହାନ୍ତି ।

କିଛି ଦିନ ପୂର୍ବେ ବ୍ଲକ ପ୍ରଶାସନ ପକ୍ଷରୁ ମାସ୍କ ବ୍ୟବହାର କରିବାକୁ ତିହିଡି ବଜାରର ଦୋକାନୀ ମାନଙ୍କୁ କୁଆଯାଇଥିଲା । ତେବେ ସରକାରଙ୍କ ଏହି ନିୟମକୁ କେହି ବି ପାଳନ କରୁନାହାନ୍ତି । ତିହିଡି ପୋଲିସ, ବ୍ଲକ ଓ ତହସିଲ ପ୍ରଶାସନ ଏବେ ପୂରାପୂରି ନୀରବ ରହିଯିବା କାରଣରୁ ଲୋକେ ବେଫିକର ହୋଇ ଯାଇଛନ୍ତି । କୋରୋନା ସଂକ୍ରମଣର ଆଶଙ୍କା ଏଯାବତ୍ ଟଳି ନଥିବା ବେଳେ ଲୋକେ ସଚେତନ ରହିଲେ କାହାରି ପ୍ରତି ଆଉ ବିପଦର ଆଶଙ୍କା ରୁହନ୍ତା ନାହିଁ ବୋଲି ମତପ୍ରକାଶ ପାଇଛି । ସ୍ଥାନୀୟ ପ୍ରଶାସନ ଏହା ଉପରେ ଦୃଷ୍ଟି ଦେବାକୁ ଦାବି ହେଉଛି ।

IEC 2 years
Leave A Reply