Odisha news

ରେଲୱେ ଗାର୍ଡଙ୍କୁ ଆକ୍ରମଣ ଓ ଲୁଟ ଅଭିଯୋଗରେ ଜଣେ ଗିରଫ

0

ତିହିଡ଼ି, ୦୨ା୧୧. ଧାମରା-ଭଦ୍ରକ ରେଳପଥରେ କୋଇଲା ଚୋରି ହେବା ଘଟଣା କିଛି ନୂଆ କଥା ନୁହେଁ । ତେବେ କୋଇଲା ଚୋରଙ୍କୁ ଧରିବା ବା ଧରେଇଦେବା ଲୋକଙ୍କୁ କୋଇଲା ଚୋର ମାନେ ଆକ୍ରମଣ କରିବାକୁ ବି ପଛାଉ ନାହାନ୍ତି । ଏହାର ନିଦର୍ଶନ ଦେଖିବାକୁ ମିଳିଛି ଅଚକ ରେଳପଥ ପାଶ୍ୱର୍ରେ । ଗତ ୩୧ ତାରିଖ ରାତିରେ କେତେକ କୋଇଲା ଚୋର କୋଇଲା ବୋଝେଇ ରେଳରୁ କୋଇଲା ଚୋରି କରି ଏଠାରେ ବସ୍ତାରେ ପୂରାଇ ମୁହଁବାନ୍ଧି ରଖିଥିବା ବେଳେ କାର୍ଯ୍ୟରତ ରେଲୱେ ଗାର୍ଡ ୨ ଜଣ ବସ୍ଥା ଗୁଡିକୁ କାଟି ଦେଇଥିଲେ ।

ଏହା ଜାଣିବା ପରେ ୨ ଜଣ କୋଇଲା ଚୋର ଉତ୍ତ୍ୟକ୍ତ ଅବସ୍ଥାରେ ପରଦିନ ଆସି ରେଲୱେ ଗାର୍ଡ ବିଶ୍ୱନାଥ ସେଠୀ ଓ ବନମାଳୀ ଶିଅଳଙ୍କୁ ଆକ୍ରମଣ କରିବା ସହିତ ନଗଦ ଟଙ୍କା ଓ ସେମାନଙ୍କ ମୋବାଇଲ ଛଡାଇ ନେଇଥିଲେ । ଏଥିନେଇ ଗାର୍ଡ ୨ ଜଣ ତିହିଡି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ନଂ-୪୩୯/୨୦ ରୁଜୁ କରି ଅଭିଯୁକ୍ତ ତରାଶୁଣି ଗାଁର ଚନ୍ଦ୍ରକାନ୍ତ ମଳିକଙ୍କୁ ଗିରଫ କରିଛି । ସେହିପରି ତା’ ନିକଟରୁ ପୋଲିସ ଟଙ୍କା ଓ ମୋବାଇଲ ମଧ୍ୟ ଜବତ କରିଛି । ଅନ୍ୟ ଜଣେ ଅଭିଯୁକ୍ତ ପେରାର ଅଛନ୍ତି ।

IEC 2 years
Leave A Reply