Odisha news

ରେବ ନଦୀରେ କୁମ୍ଭୀର ଦେଖି ଲୋକେ ଆତଙ୍କିତ

0

ତିହିଡ଼ି : ତିହିଡ଼ି ବ୍ଲକ ଅଧୀନ ବୋଡ଼କ ପଞ୍ଚାୟତରେ ରେବନଦୀରେ ଏକ କୁମ୍ଭୀର ଦେଖିବା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି । ଆଜି ଅପରାହ୍ନରେ ରେବ ନଦୀରେ ୮ ରୁ ୧୦ଫୁଟ୍ ଲମ୍ବର ଏକ କୁମ୍ଭୀର ଭାସୁଥିବାର କେତେକ ଲୋକ ଦେଖିଥିଲେ । ଏହି ଖବର ପ୍ରଚାରିତ ହେବା ପରେ କୁମ୍ଭୀର ଦେଖିବା ପାଇଁ ନଦୀ କୂଳରେ ଲୋକମାନଙ୍କର ଭିଡ଼ ଲାଗିଥିଲା । କୁମ୍ଭୀର ହଟନଗରରୁ କାସିନ୍ଦୀପୁର ଘାଟ ପାର୍ଯ୍ୟନ୍ତ ଯିବା ପରେ ପୁଣି ଫେରିଥିବା ନେଇ ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ।

ତେବେ ନଦୀରେ କୁମ୍ଭୀର ଦେଖିବା ପରେ ଲୋକେ ଆଉ ନଦୀକୁ ଯିବାକୁ ଭୟ କରୁଛନ୍ତି । ଏପରିକି ନିଲାମରେ ମାଛ ଧରିବା ପାଇଁ ନଦୀରେ ଜାଲଟାଣିଥିବା ଲୋକେ ମଧ୍ୟ ନଦୀକୁ କିପରି ଯିବେ ତାହାକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସଂପୃକ୍ତ କୁମ୍ଭୀର ଚାନ୍ଦବାଲିରୁ ଗେଙ୍ଗୁଟି ନଦୀ ଦେଇ ରେବ ନଦୀରେ ପ୍ରବେଶ କରିଛି । ବନ୍ୟପ୍ରାଣୀ ବିଭାଗ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Nalco
Leave A Reply