ତିହିଡ଼ି (Jadumani Panigrahi) : ତିହିଡି ଥାନା ଅଧୀନ କାଁପଡାରେ ଗତ ଶନିବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ଟାଟା ମ୍ୟାଜିକ ଗାଡିକୁ କିଛି ଦୁର୍ବୁତ୍ତ ପୋଡି ଦେଇଥିବା ନେଇ ତିହିଡ଼ି ଥାନାରେ ଅଭିଯୋଗ ହୋଇଛି । କାଁପଡା ଗ୍ରାମର ଶଶିକାନ୍ତ ମଳିକ ଥାନାରେ କରିଥିବା ଅଭିଯୋଗରୁ ପ୍ରକାଶ ଯେ, ଯେ ଶନିବାର ରାତିରେ ସେ ନିଜର ଗାଡିକୁ ଘରକୁ ନେଇ ଯାଇଥିଲେ । ଘର ପାଖରେ ଗାଡ଼ି ରଖି ଶୋଇଥିବା ସମୟରେ ରାତି ୧୧.୩୦ମିନିଟ ସମୟରେ କିଛି ଯୁବକ ମୋଟରସାଇକେଲରେ ଆସି ତାଙ୍କ ଗାଡିରେ ନିଆଁ ଲଗାଇ ଦେଇଥିଲେ ।
ପରେ ଶଶିକାନ୍ତଙ୍କ ସ୍ତ୍ରୀ ଗାଡି ପୋଡିଯାଉଥିବା ଦେଖିବା ପରେ ଘରେ ଶୋଇଥିବା ତାଙ୍କ ସ୍ୱାମୀଙ୍କୁ ଜଣାଇଲେ । ସ୍ତ୍ରୀଙ୍କ ଠାରୁ ଖବର ପାଇବା ପରେ ଗାଡି ପାଖକୁ ଯାଇ ୬ଜଣ ଯୁବକଙ୍କୁ ସେଠାରେ ଥିବାର ଦେଖିଥିଲେ । ଏହାପରେ ସେହି ଯୁବକମାନେ ମୋଟରସାଇକେଲରେ ସେଠାରୁ ପଳାଇଥିଲେ । ପରେ ସ୍ଥାନୀୟ ଲୋକେ ଆସି ପୋଡିଯାଇଥିବା ଗାଡିକୁ ଲିଭାଇବାକୁ ଚେଷ୍ଟା କରିବା ସହିତ ଦମକଳକୁ ଖବର ଦେଇଥିଲେ । ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ୍ କରିଥିଲା । ଏ ସମ୍ପର୍କରେ ତିହିଡ଼ି ପୋଲିସ ଶଶିକାନ୍ତଙ୍କ ଅଭିଯୋଗ ମୂଳେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।
