ତିହିଡି :ତିହିଡି ଥାନା ଅନ୍ତର୍ଗତ ଗୁରୁଦାସପୁର ଗାଁର ଜ୍ୟୋର୍ତିମୟ ରାଉତ ନାମକ ଜଣେ ଯୁବକ ରାଜନଗର ଗାଁର ଜଣେ କଲେଜ ପଢୁଆ ନାବାଳିକାକୁ ଗତ ୦୫-୧୨-୧୯ରେ ଘଣ୍ଟେଶ୍ୱର କଲେଜ ନିକଟରୁ ଅପହରଣ କରି ନେଇଥିଲା । ଏଥିନେଇ ସେତେବେଳେ ନାବାଳିକାର ବାପାଙ୍କ ଅଭିଯୋଗ କ୍ରମେ ତିହିଡି ପୋଲିସ ଏକ ଅପହରଣ ମାମଲା ନଂ-୫୨୫/୧୯ ରୁଜୁ କରି ତଦନ୍ତ କରୁଥିଲା ।
ତେବେ ଯୁବକ ଜଣଙ୍କ ନିଜ ଘରେ ସେହି ନାବାଳିକାକୁ ରଖିଥିବା ଗତ ୧୫ ତାରିଖ ଦିନ ପୋଲିସ କୌଣସି ସୂତ୍ରରୁ ଖବରପାଇ ଉଭୟଙ୍କୁ ସେଠାରୁ ଥାନାକୁ ଆଣିଥିଲା । ପରେ ସେମାନଙ୍କର ଡାକ୍ତରୀ ମାଇନା କରାଯାଇ ଥିବା ବେଳେ ନାବାଳିକାକୁ ତାଙ୍କ ଘର ଲୋକଙ୍କ ଜିମା ଦିଆଯିବା ସହ ଅପହରଣକାରୀ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି ।