Odisha news

ଗଣଧାରଣାରେ ବସିଲେ ରିଲିଫରୁ ବଞ୍ଚିତ ୧୯ ପରିବାର

0

ତିହିଡି (Jadumani Panigrahi) : ତିହିଡି ବ୍ଲକ କାଁପଡା ପଞ୍ଚାୟତ ପ୍ରଶାସନ ରିଲିଫ୍ ପ୍ରଦାନରେ ପାତର ଅନ୍ତର କରାଯାଇଥିବା ଅଭିଯୋଗରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ସେମାନଙ୍କୁ ରିଲିଫ୍ ପ୍ରଦାନ କରାନଗଲେ ଆଗାମି ଦିନରେ ଜୋରଦାର ଆନେ୍ଦାଳନ କରାଯିବ ବୋଲି ଚେତାବନି ଦିଆଯାଇଛି ।

ଏହି ପଞ୍ଚାୟତ ଅଧିନ କାଁପଡାବିନ୍ଧା ଗ୍ରାମରେ ମୋଟ ୯୦ ପରିବାର ବସବାସ କରନ୍ତି । ସେମାନଙ୍କ ମଧ୍ୟରେ ପର୍ଯ୍ୟାୟକ୍ରମେ ୭୧ଟି ପରିବାରକୁ ରିଲିଫ୍ ପ୍ରଦାନ କରାଯାଇଥିବା ବେଳେ ୧୯ ପରିବାର ଏଥିରୁ ବଞ୍ଚôତ ହୋଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ଏହି ପରିବାରମାନଙ୍କୁ ରିଲିଫ ନମିଳିଲେ ସେମାନେ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।

ଶେଷରେ ଅତିଷ୍ଠ ହୋଇ ପଞ୍ଚାୟତ ପ୍ରଶାସନ ବିରୋଧରେ ଏପରି ଗଣଧାରଣା ଦିଆଯାଇଥିବା କୁହାଯାଇଛି । ଏହି ଗରିବ ପରିବାର ପକ୍ଷରୁ ଦିଆଯାଇଥିବା ଗଣଧାରଣାକୁ ସଫଳ କରିବା ଲାଗି ସମାଜସେବୀ ପ୍ରସନ୍ନ ଦାସ ଦିଲ୍ଲୀପ ଦାସ ଓ ସୁଦାମ ମଳିକ ପ୍ରମୁଖ ସହଯୋଗ କରିବା ସହିତ ଗଣଧାରଣାରେ ସାମିଲ ହୋଇଥିବା ଜଣାଯାଇଛି । ସୂଚନା ମୁତାବକ ରିଲିଫ୍ରୁ ବଞ୍ଚôତ ଏହି ପରିବାର ଗତ ତା ୨୧.୦୯.୨୦ରିଖରେ ବିଡିଓଙ୍କୁ ଭେଟି ଅଭିଯୋଗ କରିବା ସହ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ମଧ୍ୟ ଅବଗତ କରିଥିଲେ । ଏହି ପରିବାର ଲୋକେ ସିଧାସଳଖ ସରପଞ୍ଚଙ୍କୁ ଦାୟୀ କରିଛନ୍ତି । ଏ ସମ୍ପର୍କରେ ବିଡିଓ ବସନ୍ତ କୁମାର ସାହାଣିଙ୍କୁ ପ·ରିବାରୁ ତଦନ୍ତ କରାଯାଇ ବିହିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

 

Nalco
Leave A Reply