Odisha news

ଶତାୟୁ ଧର୍ମ ପରାୟଣା ମହିଳାଙ୍କ ପରଲୋକ

0

ତିହିଡି (ଯଦୁମଣି ପାଣିଗ୍ରାହୀ ): ·ନ୍ଦବାଲି ବ୍ଲକ ଅନ୍ତର୍ଗତ ଘଣ୍ଟେଶ୍ୱର ଗୋପିନାଥପୁର ଗାଁର ଧର୍ମ ପରାୟଣା ମହିଳା ତଥା ସ୍ୱର୍ଗତ ଦୁର୍ଲଭ ସାହୁଙ୍କ ପତ୍ନୀ ସୁନାମଣି ସାହୁଙ୍କ ପରଲୋକ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୧୦୭ ବର୍ଷ ହୋଇଥିଲା । ମୃତୁ୍ୟ ସମୟରେ ତାଙ୍କ ପୁଅ ବୋହୁ, ନାତି ନାତୁଣି, ସମେତ ପରିବାର ଲୋକେ ଉପସ୍ଥିତ ଥିଲେ ।

ମୃତୁ୍ୟ ପର୍ଯ୍ୟନ୍ତ ସୁନାମଣି ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ଏବଂ ନିଜର ନିତ୍ୟକର୍ମ ସାରି ଘରେ ବସିଥିବା ବେଳେ ସୋମବାର ସକାଳ ପ୍ରାୟ ୯.୩୦ ଘଟିକାରେ ନିଜ ବାସଭବନରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ ହୋଇଯାଇଛି । ଜଣେ ଧର୍ମ ପରାୟଣ ମହିଳା ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ । ଜଗନ୍ନାଥଙ୍କର ପରମ ଭକ୍ତ ଥିଲେ ସୁନାମଣି ।

ତାଙ୍କ ଉଦ୍ୟମରେ ଘଣ୍ଟେଶ୍ୱରର ଆରାଧ୍ୟ ଦେବତା ମହିମାମଣିଙ୍କ ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିଲା ଏବଂ ପରେ ଗ୍ରାମବାସୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଅଞ୍ଚଳର ଲୋକେ ମନ୍ଦିର ନିର୍ମାଣ କରିବା ଲାଗି ସହାୟତାର ହାତ ବଢାଇଥିôଲେ । ଯାହା ଆଜି ଏକ ଭବ୍ୟ ମନ୍ଦିରଭାବେ ଦଣ୍ଡାୟମାନ ହୋଇଛି । ସୁନାମଣି ଦୈନିକ ମନ୍ଦିର ଆସି ମହିମାମଣିଙ୍କ ଦର୍ଶନ କରିଥାନ୍ତି । ତାଙ୍କ ମୃତୁ୍ୟରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କର ମର ଶରୀରକୁ ଗାଁ ଓ ବଜାର ପରିକ୍ରମା କରାଯାଇଥିଲା । ଶେଷରେ ନିଜ ଭିଟାମାଟିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

Nalco
Leave A Reply