ତିହିଡି (Jadumani Panigrahi) : ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତଥା ତିହିଡି ବ୍ଲକର ୯ ପଞ୍ଚାୟତକୁ ନେଇ ଗଠିତ ବିଜେପିର ଲଙ୍କେଶ୍ୱରୀ ମଣ୍ଡଳ ପକ୍ଷରୁ ସେବା ସପ୍ତାହ ପାଳନର ଉଦଯାପନୀ ଦିବସରେ ସାହାପୁର ପଞ୍ଚାୟତର ଆନନ୍ଦ ବଜାର ମାର୍କେଟ, ଶିବ ମନ୍ଦିର ପରିସର ଓ ଦୌଲତପୁର ପଞ୍ଚାୟତର ବିନ୍ଧାବଜାର ଠାରେ ସ୍ୱଚ୍ଛ ଭାରତ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ସ୍ୱଚ୍ଛ ଭାରତ ଅଭିଯାନର ଜିଲ୍ଲା ସଂଯୋଜକ ଶଶିକାନ୍ତ ବିଶ୍ୱାଳ, ସଂପାଦିକା ମାଳତୀଲତା ସାହୁ, ସୁଶାନ୍ତ ନାୟକ, ସୁଦର୍ଶନ ମଲ୍ଲିକ, ବାବୁ ବିଶ୍ୱାଳ, ଶମ୍ଭୁନାଥ ନାୟକ, କମଳା ନାୟକ, ରମାକାନ୍ତ ବାରିକ, ବସନ୍ତ ବିଶ୍ୱାଳ, ଦୁଃୂଶାସନ ପାଢୀ, ମଙ୍ଗରାଜ ନାୟକ, ସଞ୍ଜୟ ଦାସ, କମଳାକାନ୍ତ ନାୟକ, ପ୍ରତାପ ସାହୁ, ସୁରେନ୍ଦ୍ର ନାୟକ, ରୁଗା ପାତ୍ର, ଶଶିକାନ୍ତ ସାହୁ, ଶଶିକାନ୍ତ ନାୟକ, ଅଶ୍ୱିନୀ ମାଇତ, ନାରାୟଣ ନାୟକ, ଅଜିତ ନାୟକ, ଜଗଦିଶ ବଳ, ନୀର ବାରିକ, ଅରକ୍ଷିତ ବଳ ଓ ପ୍ରକାଶ ନାୟକ ପ୍ରମୁଖ ବରିଷ୍ଠ କର୍ମକର୍ତ୍ତା ଓ ଯୁବ ନେତୃତ୍ୱ ସାମିଲ ଥିଲେ ।
