Odisha news

ଅପହୃତା ନାବାଳିକା ଢେଙ୍କାନାଳରୁ ଉଦ୍ଧାର , ଅପହର୍ତ୍ତା ଗିରଫ

0

ତିହିଡି, ୨୧/୦୯: ତିହିଡି ଥାନା ଅନ୍ତର୍ଗତ ଗୁଆମାଳ ଗାଁରୁ ଗତ ସପ୍ତାହରେ ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ତିହିଡି ଥାନାରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ପୋଲିସ ଗତକାଲି ଢେଙ୍କାନାଳରୁ ଅପହୃତା ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ଅପହର୍ତ୍ତା ଯୁବକଙ୍କୁ ଗିରଫ କରିଥିବା ଜଣାଯାଇଛି । ଅପହର୍ତ୍ତା ଯୁବକ ଜଣକ ହେଉଛନ୍ତି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଭୂତିପୁର ଗାଁର ଶୁଭ୍ରାଂଶୁ ସାହୁ ।

ପ୍ରକାଶ ଯେ, ଶୁଭ୍ରାଂଶୁ ଗତ ସପ୍ତାହରେ ଗୁଆମାଳରୁ ଜଣେ ନାବାଳିକାଙ୍କୁ ଅପହରଣ କରିଥିଲା । ସେ ସଂପୃକ୍ତା ନାବାଳିକାଙ୍କୁ ନେଇ ଢେଙ୍କାନାଳରେ ରହୁଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଗତକାଲି ସେଠାରୁ ସେମାନଙ୍କୁୁ ତିହିଡି ଆଣିଥିଲା । ଆଜି ସଂପୃକ୍ତ ଯୁବକର ଡାକ୍ତରୀ ମାଇନା କରାଯିବା ସହିତ ଏକ ମାମଲା ନଂ-୩୬୫/୨୦ ରୁଜୁ କରାଯାଇଛି । ଆସନ୍ତାକାଲି ଅଭିଯୁକ୍ତ ଯୁବକ ଶୁଭ୍ରାଂଶୁକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାଯାଇଛି ।

Nalco
Leave A Reply