ସିମୁଳିଆ : ସିମୁଳିଆ ଥାନା ଅନ୍ତର୍ଗତ ଆନନ୍ଦପୁର ଗ୍ରାମର ଜନୈକ ଯୁବକ ସନ୍ଧ୍ୟା ସମୟରେ ଟିପସିଗଡିଆ ଗ୍ରାମକୁ ଯାଉଥିବା ସମୟରେ ଏକ ହେଟା ବାଘ ଆକ୍ରମଣରେ ଗୁରୁତର ହୋଇ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଅଧିକ ଗୁରୁତର ହେବାରୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବିବରଣୀରୁ ପ୍ରକାଶ ଆନନ୍ଦପୁର ପଞ୍ଚାୟତର ଭଗବାନ ମହାରଣାଙ୍କ ପୁଅ ରଘୁନାଥ(୪୬)ବର୍ଷ ସଂନ୍ଧ୍ୟା ୫.୩୦ମିନିଟ ସମୟରେ ନିଜ ସାଇକେଲ ଯୋଗେ ନିକଟସ୍ଥ ଗ୍ରାମ ଟିପିସଗଡିଆକୁ ମୂଲ ଲାଗିଥିବା ପଇସା ଆଣିବାକୁ ଯାଇଥିଲେ । ଯିବା ବାଟରେ କଣ୍ଟାପଡା ଶାସନ ରାସ୍ତାରେ ଏକ ହେଟା ବାଘ ନିରୋଳା ଦେଖି ରଘୁନାଥକୁ ଆକ୍ରମଣ କରିଥିଲା ।
ରଘୁନାଥ ହେଟା ବାଘକୁ ଦେଖି ସାଇକେଲଟିକୁ ଛାଡ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ । ମାତ୍ର ହେଟା ବାଘଟି ପ୍ରଥମ ରଘୁନାଥକୁ ତାର ମୁହଁକୁ ଆକ୍ରମଣ କରି ନାକକୁ କ୍ଷତାକ୍ତ କରିଥିଲା । ପରେ ହାତକୁ ଆକ୍ରମଣ କରିଥିଲା । ଜୀବନ ବିକଳରେ ରଘୁନାଥ ଚିକ୍ରାର କରୁଥିଲେବି ତାକୁ ବଞ୍ଚାଇବାକୁ ସେଠାରେ କେହି ନ ଥିଲେ । ଦୀର୍ଘ ଏକ ଘଣ୍ଟାରୁ ଉଦ୍ଧ୍ୱର୍ ସଂଗ୍ରାମ କରି ହେଟା ବାଘ କବଳରୁ ଉଦ୍ଧାର ପାଇ ଗାଁ ଆଡକୁ ଭଗବାନ ଧାଇଁବାକୁ ଲାଗିଥିଲେ । ଶେଷରେ ହେଟା ବାଘଟି ସେହିଠାରୁ ଫେରିଯାଇଥିଲା । ସ୍ଥାନୀୟ ଅଞ୍ଚଳର ଗ୍ରାମବାସୀମାନେ ରଘୁନାଥକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆଣିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ୧୦୮ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ବି ନମ୍ବର ନ ଲାଗିବାରୁ ଶେଷରେ ବାଇକ ଯୋଗେ ଗୁରୁତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ପଠାଇ ଦିଆଯାଇଛି ।(
