ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ଗୋଟିଏ ଭୋଜନାଳୟ ଭିତରକୁ ଚିତା ବାଘଟିଏ ପଶି ଆସିଲା l ଉପସ୍ଥିତ ଥିବା ଲୋକମାନେ ଚିତା ବଘାଟିକୁ ଦେଖି ଡରି ଯାଇଥିଲେ l ଏହି ଘଟଣାଟି ଘଟିଛି ଦକ୍ଷିଣ ଆଫ୍ରିକାର ମ୍ୟୁମଲଙ୍ଗାରେ ଥିବା ସିଙ୍ଗିତା ଏବୋନି ଲଜରେ l ଏହି ଲଜରେ ଘଟିଥିବା ଚିତା ବାଘର ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି l ଏହି ଭିଡିଓ ରେ ଦେଖା ଯାଉଛି ଯେ ଚିତା ବାଘଟି ଏହି ଭୋଜନାଳୟରେ ଏପଟ ସେପଟ ହୋଇ ଆରାମରେ ବୁଲୁଛି l ଭୋଜନାଳୟରେ ଉପସ୍ଥିତ ଥିବା ଲୋକମାନେ ଫୋଟୋ ଉଠାଇବା ପାଇଁ ଓ ଭିଡିଓ ରେକଡିଙ୍ଗ କରିବା ପାଇଁ ଲାଗିପଡ଼ିଥିଲେ l ଚିତା ବାଘଟି ଭୋଜନାଳୟର ସୀଢୀ ବାଟେ ଭିତରକୁ ଆସିଥିଲା l

ତାପରେ ଏପଟସେପଟ ହୋଇ ଚାରିଅଡକୁ ଦେଖି ପୁଣି ଆଉଥରେ ବାହାରକୁ ବାହାରି ଗଲା l ସେ ଭୋଜନାଳୟ ଭିତରେ ବୁଲୁଥିବା ବେଳେ କାହା ଉପରେ କିଛି ଆକ୍ରମଣ କରିନଥିଲା l ଲୋକମାନେ ସୋସିଆଲ ମିଡିଆରେ ଏହି ଭିଡିଓଟିକୁ ଦେଖି ଖୁବ ମଜା ନେଇଛନ୍ତି l ଏହି ଭିଡ଼ିଓଟିର ପାଖାପାଖି ୧ ଲକ୍ଷରୁ ଉର୍ଧ ଲୋକ ଦେଖିଛନ୍ତି ଓ ସେୟାର ମଧ୍ୟ କରିଛନ୍ତି l ସବୁଠାରୁ ମହତ୍ଵପୁର୍ଣ କଥା ହେଲା ଏହି ଏରିଆରେ ଥିବା ହୋଟେଲ ଓ ଭୋଜନାଳୟର କର୍ମଚାରୀ ମାନଙ୍କୁ ଏହି ପ୍ରକାରର ଜଙ୍ଗଲୀ ଜନ୍ତୁ ମାନଙ୍କ ସହିତ ମୁକାବିଲା କରିବା ପାଇଁ ପ୍ରଶିକ୍ଷଣ ଦିଆ ଯାଇଥାଏ ଓ ଏହି ପରିସ୍ଥିତିରେ ଉଭୟ କର୍ମଚାରୀ ଓ ଆଗନ୍ତୁକ ମାନଙ୍କର ସୁରକ୍ଷା ପାଇଁ କଡା ନିୟମ ରହିଥାଏ l

LEAVE A REPLY

Please enter your comment!
Please enter your name here