କଳାହାଣ୍ଡି ,ନୂଆପଡ଼ା ଓ ଛତିଶଗଡ଼ ସୀମାନ୍ତରେ ମତିଛନ୍ତି ବାଘ ଛାଲ ବେପାରୀ : ୩ଟି ଚିତାବାଘ ଛାଲ, ୧ଟି ସଦୃଶ ମହାବଳ ଛାଲ ସହ ନଖ ଜବତ୍।
ନୂଆପଡ଼ା-୧୩/୭/ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରି) ଚଲିତ ବର୍ଷ ଫେବ୍ରୁଆରୀ ମାସରେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ଠାରେ ଏକ କଲରାପତରିଆ ବାଘଛାଲ ବିକ୍ରୀ ପାଇଁ ଡିଲ୍ ଚାଲିଥିବା ବେଲେ ଓଡିଶା କ୍ରାଇମବ୍ରାଞ୍ଚ ର ଏସଟିଏଫ ଟିମ ଚଢାଉ କରି ବାଘଛାଲ ଜବତ୍ କରିବା ସହ ୨ଜଣ ବେପାରୀ ଙ୍କୁ ଗିରଫ କରିଥିଲା।
ବର୍ତ୍ତମାନ କିଛିଦିନ ତଲେ ବିଶେଷ ସୁତ୍ର ରୁ ଖବର ପାଇଁ (W.C.C.B) ୱାଇଲ୍ଡ ଲାଇଫ୍ କ୍ରାଇମ କଂଟ୍ରୋଲ ବିଓରୋ ଦିଲ୍ଲୀ, ଉଦନ୍ତି ଶିତାନଦୀ ଟାଇଗର୍ ରିଜଭ୍ ବନ ବିଭାଗ ଛତିଶଗଡ଼, ଗରିଆବନ୍ଦ ର ଛୁରା ବନ ବିଭାଗ ଛତିଶଗଡ଼ ଏବଂ ଓଡିଶା ର ନୂଆପଡା ଜିଲ୍ଲା ଖଡିଆଳ ବନଖଣ୍ଡ ସିନାପାଲି ବନ ବିଭାଗ ର ମିଲିତ ଆନୁକୂଲ୍ୟରେ ଏକ ଟିମ ଗଠନ ହୋଇ ନୂଆପଡା ଜିଲ୍ଲା କୁ ଲାଗି ରହିଥିବା କଲାହାଣ୍ଡି ଜିଲ୍ଲା ଏମ୍ ରାମପୁର ଅଞ୍ଚଳର ଏକ ସ୍ଥାନ ରେ ଚଢାଉ କରି ୨ଟି ଚିତାବାଘ ଛାଲ, ୧ଟି ସଦୃଶ ମହାବଳ ବାଘଛାଲ ଜବତ୍ କରିଥିବା ବେଲେ ୪ଜଣକୁ ଗିରଫ କରାଯାଇଛି।
ପୁଣି ସେହି ଗିରଫ୍ ଅଭିଯୁକ୍ତ ମାନଙ୍କୁ ଆହୁରି ପଚରା ଉଚରା କଲାପରେ ଆଉଁ ଗୋଟିଏ ସ୍ଥାନ ରେ ବାଘଛାଲ ବିକ୍ରୀ ଡିଲ କରାଯିବାର ସୁଚନା ମିଲିଥିଲା। ପରେ ସେହି ଟିମ ଭବାନିପାଟଣା ଓ ଜୁନାଗଡ଼ ଜାରିଙ୍ଗ୍ ରାସ୍ତା ରେ ଚଢାଉ କରି ୨ଟି ବାଘଛାଲ ସହ ବାଘନଖ ଜବତ୍ କରି ୨ଜଣ ଙ୍କୁ ଗିରଫ କରାଯାଇଥିଲା। ବନ୍ୟପ୍ରାଣୀ ଅଧିନୀୟମ ୧୯୭୨ ଅନୁଯାୟୀ ୭ ବର୍ଷ ଜେଲଦଣ୍ଡ ଜରିମାନା ଆଦାୟ ହେବାର ନିୟମ ରହିଥିବା ଜଣାପଡିଛି। ପୁଣି ଏମ୍ ରାମପୁର ବନ ବିଭାଗ ଗିରଫ ଅଭିଯୁକ୍ତ ମାନଙ୍କୁ ଆହୁରି ଅଧିକ ପଚରା ଉଚରା କରି ତାଙ୍କ ଠାରୁ ଆହୁରି ୪ଟି ବାଘଛାଲ ଜବତ୍ କରିଥିବା ଜଣାପଡିଥିବା ବେଲେ ଗିରଫ ଅଭିଯୁକ୍ତ ମାନଙ୍କୁ କୋଟ୍ ଚାଲଣ କରାଯିବା ସହ ଅଧିକ ତଦନ୍ତ ଚଲାଇଥିବା ସୁଚନା ମିଲିଛି।
ଏହି ମିଲିତ ଟିମ ରେ ଓଡିଶା ର ନୂଆପଡା ଜିଲ୍ଲା ସିନାପାଲି ବନ ବିଭାଗ ଅଧିକାରୀ ବିମଲ ପ୍ରକାଶ ଟୋକ୍ନୋ ଓ ଫରେଷ୍ଟର ଖଗେଶ୍ୱର ମାଝି ସାମିଲ ଥିବା ବେଲେ ନୂଆପଡା ଓ କଲାହାଣ୍ଡି ଜିଲ୍ଲା ରେ ଚର୍ଚ୍ଚା ଜୋର ଧରିଛି। ଆଗକୁ ଏହି ରାକେଟ ର ବଡ ବଡ ମୁଣ୍ଡ ଧରାପଡିବ ବୋଲି ସଚେତନ ମହଲରେ ଚର୍ଚା ହେଉଛି।
Comments are closed.