Odisha news

ଟିଫିନ ହୋଟେଲ ସିଲ କଲା ପ୍ରଶାସନ

0

ରାୟଗଡା,୭ ।୫( Rabindra Patkhnadal)- କରୋନା ମହାମାରୀ କୁ ଏଡାଇବା ପାଇଁ ସାମାଜିକ ଦୂରତାକୁ ମୁଖ୍ୟ ଅସ୍ତ୍ର ରୂପେ ସରକାର ବ୍ୟବହାର ଗ୍ରହଣ କରୁଛନ୍ତି । ଏଥି ନିମନ୍ତେ ପୂରା ଦେଶରେ ସମସ୍ତ ହୋଟେଲ, ଢାବା, ଟିଫିନ ଦୋକାନ, ସିନେମା ହଲ, ଜିମ, ସେଲୁନ ଇତ୍ୟାଦି ଦୋକାନ ଗୁଡିକୁ ନ ଖୋଲିବା ପାଇଁ ନୋଟିସ ଜାରୀ ହୋଇଛି ।

ଏହି ସବୁ ସ୍ଥାନ ଗୁଡିକରେ ସାମାଜିକ ଦୂରତା ବଜାୟ ରଖିବା କଷ୍ଟକର ଭାବି ସରକାର ବନ୍ଦ ରଖିବା ପାଇଁ ନିଷ୍ପତି ନେଇଛନ୍ତି । ତେବେ ସରକାରଙ୍କ ଦ୍ୱାରା ଜାରୀ କରାଯାଇଥିବା ନିୟକୁ ଖୁଲାମ ଖୁଲ୍ଲା ଉଲଂଘନ କରିଥିବା ଅଭିଯୋଗରେ ଆଜି ରାୟଗଡା ସହରର ସ୍ୱାଗତ ରୋଡରେ ଥିବା ସଦଗୁରୁ ନାମକ ଏକ ଟିଫିନ ପାର୍ଲରୁ ସିଲ କରିଛି ପ୍ରଶାସନ । ସୂଚନା ମୁତାବକ ୨ ଦିନ ପୂର୍ବରୁ ହିଁ ପାର୍ଲର ପଛ ଦ୍ୱାରା ଦେଇ ଲୋକଙ୍କୁ ଭିତରେ ବସାଇ ଟିଫିନ ଯୋଗାଉଥିଲେ ଟିଫିନ ଦୋକାନର ମାଲିକ ।

ଘଟଣା ସଂପର୍କରେ ଜଣେ ବ୍ୟକ୍ତି ଏସ.ପି ଡା.ଶ୍ରବଣା ବିବେକ ଏମଙ୍କୁ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଥିଲେ । ପାର୍ଲର ମାଲିକ ବିରୋଧରେ କ୍ରିମିନାଲ କେଶ ରୁଜ୍ଜୁ କରାଯିବା ସହ ପାର୍ଲରକୁ ସିଲ କରି ଦିଆଯାଇଥିବା ନେଇ ଏସ.ପି ସୂଚନା ଦେଇଛନ୍ତି ।

Leave A Reply