ଗୁରୁବାର ଦିନଟି ମାତା ଲକ୍ଷ୍ମୀଙ୍କ ସହିତ ଗୁରୁ ବୃହସ୍ପତିଙ୍କୁ ମଧ୍ୟ ପୂଜା କରଜିଥାଅ l ଆପଣ ଯଦି ଆର୍ଥିକ ଅନାଟନ ସମସ୍ୟାରେ ସମାଧାନ ଚାହୁଁଛନ୍ତି ତେବେ ଗୁରୁବାର ଦିନ ଲକ୍ଷ୍ମୀଙ୍କୁ ପୂଜା କରିବ ସହିତ ବୃହସ୍ପତିଙ୍କୁ ପୂଜା କଲେ ଏହାର ପ୍ରଭାବ ଭଲ ହୋଇଥାଏ l ଘରୁ ନକାରାତ୍ମକ ଶକ୍ତିର ବିନାଶ ହେବ ସହିତ ସମସ୍ତ ପ୍ରକାରର ସମସ୍ୟା ଦୂର ହୁଏ l ଆମ ହିନ୍ଦୁ ଧର୍ମରେ ଜ୍ୟୋତିଷଶାସ୍ତ୍ର ସହିତ ପୁରାଣ ବର୍ଣ୍ଣିତ କଥା ଉପରେ ମଧ୍ୟ ଆମେ ବିଶ୍ୱାସ କରିଥାଉ l ଯେଉଁ ବ୍ୟକ୍ତି ମାନେ ସର୍ବଦା ଆର୍ଥିକ ଅନାଟନ ମଧ୍ୟରେ ରହୁଛନ୍ତି ସେମାନେ ବୃହସ୍ପତିଙ୍କ କୃପା ଲାଭ କାରିବ ପାଇଁ କେତୋଟି ଉପାୟ ଅବଲମ୍ବନ କରିବା ବଶ୍ୟକ l
ଦାନରୁ ମିଳିଥାଏ ବିଶେଷ କୃପା -ବୃହସ୍ପତିଙ୍କର ବିଶେଷ କୃପ ପାଇବା ପାଇଁ ଗୁରୁବାର ଦିନ କୌଣସି ଭୋକିଲା ମାନଙ୍କୁ ଖାଦ୍ୟ ଖୁଆନ୍ତୁ l ଆପଣଙ୍କ ଚାକିରୀ କ୍ଷତ୍ରରେ ଉନ୍ନତି ହେବ ପାଇଁ ଏହି ଦିନ ମନ୍ଦିରରେ ଚଣା ଡାଲି ଦାନ କରନ୍ତୁ l
ହଳଦୀ ରେ ସାନ୍ନ କରନ୍ତୁ -ଯଦି ଆପଣ ଅତି କ୍ରୋଧୀ ହୋଇଛନ୍ତି ତେବେ ଗୁରୁବାର ଦିନ ଗାଧୁଆ ପାଣିରେ ଅଳ୍ପ ଟିକିଏ ହଳଦୀ ପକାଇ ସାନ୍ନ କରନ୍ତୁ l ସାନ୍ନ କରିବା ସମୟରେ ଓଁ ନମଃ ଭଗବତେ ବାସୁ ଦେବାୟ ମନ୍ତ୍ର ଜପ କରନ୍ତୁ ଓ ମଥାରେ ଚନ୍ଦନ ଲଗାନ୍ତୁ l ଏପରି କରିବା ଦ୍ୱାରା ମନ ଶାନ୍ତି ରହିଥାଏ l
ଏହିପରି ବସ୍ତ୍ର ଧାରଣା କରନ୍ତୁ-ଯଦି ଆପଣ ଗୁରୁବାର ଦିନ ଲକ୍ଷ୍ମୀ ଓ ବୃହସ୍ପତିଙ୍କ ପାଖରେ ବ୍ରତ ରଖୁଛନ୍ତି ତେବେ ଆପଣ ଏହି ଦିନ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ତା ସହିତ ବିଧିବିଧାନ ଭାବେ ପୂଜା କରିବା ସମୟରେ ହଳଦିଆ ପୁଷ୍ପ ଲକ୍ଷ୍ମୀ ଓ ବୃହସ୍ପତିଙ୍କୁ ଅର୍ପଣ କରନ୍ତୁ l
ଏହି କାର୍ଯ୍ୟ କରନ୍ତୁ ନାହିଁ -ଗୁରୁବାର ଦିନ ମହିଳା ମାନେ ଶରୀରରେ ତେଲ ଲାଗିଅଵା ଉଚିତ ନୁହେଁ l ତା ସହିତ ଛୁଟି କାଟିବା ଓ ନଖ କାଟିବା ଇତ୍ୟାଦି ମଧ୍ୟ ବର୍ଜନୀୟ ଅଟେ l ଗୁରୁବାର ଦିନ ଆପଣ ଯଦି ପୁରୁଷ ହୋଇଛନ୍ତି ତଥାପି ଆପଣଙ୍କର କେଶ ଓ ନଖ କାଟିବା ଅନୁଚିତ ଅଟେ l ଗୁରୁବାର ଦିନ ଖାଦ୍ୟ ଫୋପାଡିବା ଏବଂ ଛୋଟ ପିଲାଙ୍କୁ ବଡ଼ାଇବା ଦ୍ୱାରା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାନ୍ତି ଏହି ଦିନ ଘରେ କୌଣସି ପ୍ରକାରର କଳହ ହେବ ଉଚିତ ନୁହେଁ l
ବୃହସ୍ପତି ଦେବଙ୍କର ବିଶେଷ କୃପା ପାଇବା ପାଇଁ ଏବଂ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗୁରୁବାର ଦିନ ବିଷ୍ଣୁ ଓ ଲକ୍ଷ୍ମୀଙ୍କୁ ପୂଜା କରିବା ବଶ୍ୟକ l
