ଭୁବନେଶ୍ୱର : ଓଡ଼ିଶାରେ ଲ କ୍ ଡାଉନ୍ ଯୋଗୁ ଁ ନିଜ ରାଜ୍ୟକୁ ଫେ ରି ପାରୁନ ଥିବା କାର୍ଯ୍ୟରତ ୩୬ ଜଣ ପ୍ରବାସୀ ଆଜି ୨୩ ଜଣ ମିଜୋରାମକୁ ଏବଂ ୧୩ ଜଣ ମଣିପୁରକୁ ଯାଇଛନ୍ତିା ଓଡ଼ିଶା ସରକାରଙ୍କ ଶ୍ରମ ଆୟୁକ୍ତ ଡ. ଏନ୍. ତିରୁମଲ୍ଲା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୩୬ ଜଣ ପ୍ରବାସୀଙ୍କୁ ଭୁବନେଶ୍ୱରରୁ ବସ୍ ଯୋଗେ ପଠାଇବାର ସୁବ୍ୟବସ୍ଥା କରାଯାଇଛିା
ଓଡ଼ିଶା ରାଜ୍ୟ ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ପରାମର୍ଶ କ୍ରମେ ଶ୍ରମ ଆୟୁକ୍ତ ଡ. ନାୟକ ପ୍ରବାସୀମାନଙ୍କ ସହିତ ଯୋଗାଯୋଗ କରି ଏସବୁ ଦାୟିତ୍ୱ ନିର୍ବାହ କରିଥିଲୋ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସୀତାଂଶୁ କୁମାର ରାଉତ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲୋ
ଏହି ଅବସରରେ ନିଜ ରାଜ୍ୟକୁ ଫେରି ପାରିଥିବା କାର୍ଯ୍ୟରତ ଏହି ପ୍ରବାସୀ ଓଡ଼ିଶା ସରକାର ତଥା ରାଜ୍ୟ ଶ୍ରମ ବିଭାଗକୁ ପ୍ରଶଂସା କରିଥିଲୋ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଠାରୁ ଆର ମ୍ଭ କରି ପ୍ରଭାଗୀୟ ଶ୍ରମ ଆୟୁକ୍ତ ଙ୍କ ସମେତ ଯୁଗ୍ମ ଶାସନ ସଚିବ ଶୀ୍ର ଅଶୋକ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଏହି ପ୍ରବାସୀମାନଙ୍କ ମିଜୋରାମ ଓ ମଣିପୁର ଗସ୍ତ କାର୍ଯ୍ୟରେ ସହଯୋଗ କରିଥିଲୋ