ମଣିଷ ଜୀବନରେ ଭଲ ଓ ମନ୍ଦ ଲାଗି ରହିଛି ,କିନ୍ତୁ ଅଧିକାଂଶ ଲୋକ ଜୀବନର ଯୁଦ୍ଧରେ ବେଳେବେଳେ ଥକି ଯାଇଥାନ୍ତି l ସେମାନଙ୍କୁ ତାଙ୍କ ଦାୟୀତ୍ୱ ବେଳେବେଳେ ବୋଝ ଭଳି ଲାଗିଥାଏ ,ଏପରି ଅନୁଭଵ ହେବା ପରେ ସେମାନେ ନିଜ ଇଚ୍ଛାକୁ ମାରିବା ,ଉତ୍ସାହ କମାଇବା ଓ ସବୁବେଳେ ଚିନ୍ତାମଗ୍ନ ହୋଇ ରହିଥାନ୍ତି l ଏହାକୁ ଡାକ୍ତରୀ ଭାଷାରେ ଓଭର ଥିଁକିଙ୍ଗ କୁହାଯାଏ l ଏହି ଭଳି ବ୍ୟକ୍ତିମାନେ ସବୁବେଳେ କୌଣସି ଚିନ୍ତାରେ ବୁଡି ରହିଥାନ୍ତି l
ଗୋଟିଏ ଗବେଷଣାରୁ ଜଣା ପଡିଛି ଯେ ଅଧିକ ଚିନ୍ତା କରିବା ଦ୍ୱାରା ବ୍ୟକ୍ତି ନକାରାତ୍ମକ ଚିନ୍ତା ଗ୍ରସ୍ତ ହୋଇଥାଏ l ଯାହା ଆପଣଙ୍କ ମସ୍ତିଷ୍କରେ ଅତୀତର ଭାବନାକୁ ଦୋହରାଇ ଥାଏ l ନକାରାତ୍ମକ ଚିନ୍ତାଧାରା ସବୁବେଳେ ବ୍ୟକ୍ତିକୁ ପଛକୁ ଟାଣିଥାଏ l ନିକଟରେ ହୋଇଥିବା ଗାଟିଏ ଗବେଷଣାରୁ ଜଣା ପଡିଛି ଯେ କିପରି ଆପଣ ଏହି ଓଭର ଥିଁକିଂ ରୁ ନିଜକୁ ଦୁରେଇ ରଖି ପାରିବେ l
* କିଛି ଲୋକ ଏହି ଚିନ୍ତାରୁ ରକ୍ଷା ପାଇବା ପାଇଁ ଅସ୍ଥାୟୀ ସମାଧାନର ସାହାରା ନେଇଥାନ୍ତି l ଏହି ଉପାୟ ଦ୍ୱାରା କିଛି ସମୟ ପାଇଁ ଅସ୍ଥାୟୀ ଭାବରେ ଆମେ ଏଥିରୁ ରକ୍ଷା ପାଇଯାଉ ,ତେଣୁ ଆପଣ ନିଜ କାମକୁ ଅଯଥା ଚିନ୍ତାରେ ନଲଗାଇ କାମରେ ଲଗାଇବା ଆବଶ୍ୟକ l ନିଜର ଅଧା ପଡିରହିଥିବା କାମକୁ ପୁରା କରନ୍ତୁ l
* ଯେତେବେଳେ ଆପଣ ଅଧିକ ଚିନ୍ତାରେ ରହୁଛନ୍ତି ସେତେବେଳେ ନିଜର ଧ୍ୟାନ ନିଜର ହବି ଅର୍ଥାତ ଶୌକ ଉପରେ ଦିଅନ୍ତୁ l ଏହାର ଅର୍ଥ ଯଦି ଆପଣ ସଂଗୀତ ଶୁଣିବା,ନାଚ ଦେଖିବା କିମ୍ବା କରିବା ,ପେଣ୍ଟିଙ୍ଗ କରିବା ଇତ୍ୟାଦି ରୁଚି ରଖିଛନ୍ତି ତେବେ ନିଜର ଧ୍ୟାନ ସେଆଡକୁ ଆକର୍ଷିତ କରନ୍ତୁ l ଏହି ଗବେଷଣାରେ ଜଣା ପଡିଛି ଯେ ସଂଗୀତ ଗୋଟିଏ ଏଭଳି ଜିନିଷ ଯାହା ମଣିଷକୁ ଚିନ୍ତାରୁ ମୁକ୍ତି ଦେଇଥାଏ l
* ଗବେଷକ ମାନଙ୍କ ମତରେ ଚିନ୍ତା ଏକୁଟିଆ ରହିବl ଦ୍ୱାରା ଅଧିକ ବଢିଥାଏ ,ତେଣୁ ସବୁବେଳେ ନିଜକୁ ବନ୍ଧୁ ମାନଙ୍କ ମେଳରେ ରଖନ୍ତୁ l ବନ୍ଧୁମାନେ ହେଲେ ଜୀବନର ସବୁଠୁ ବଡ଼ ଔଷଧ l ତା ସହିତ ନିଜକୁ ପ୍ରକୃତି ସହିତ ଯୋଡି ରଖନ୍ତୁ l ଏହି ସମୟରେ ଫୁଲ ଗଛ ଲଗାଇବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ l
* ନିଜ ଦୈନନ୍ଦିନ କାର୍ଯ୍ୟରେ ଯୋଗ ଓ ପ୍ରlଣାୟମକୁ ସାମିଲ କରନ୍ତୁ l ମେଡ଼ିଟେସନ ହେଉଛି ସବୁଠୁ ଭଲ ଉପାୟ ,ଏହାଦ୍ୱାରା ମଣିଷର ଧର୍ଯ୍ୟ ବଢିବା ସହିତ ଏକାଗ୍ରତା ବଢିଥାଏ l ପ୍ରାତଃ ଭ୍ରମଣ ମଧ୍ୟ ଅତି ଉତ୍ତମ ଉପାୟ ,ସକାଳର ସୁନ୍ଦର ପବନ ମନକୁ ଶୀତଳ କରିବା ସହିତ ପ୍ରଫୁଲୀତ କରିଥାଏ l
ମଣିଷ ଜୀବନ ଅତି ମୂଲ୍ୟବାନ ,ତେଣୁ ଏହିସବୁ ଉପାୟକୁ ଗ୍ରହଣ କରି ନିଜକୁ ସୁସ୍ଥ ରଖିବା ସହିତ ପ୍ରଫୁଲ୍ଲିତ ରଖନ୍ତୁ l
Comments are closed.