Odisha news

ହାଟ ବଜାର ରେ ରହୁନାହିଁ ସାମାଜିକ ଦୁରତା

0

ବୋରିଗୁମ୍ମା – ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ରେ ଯେତେ ବଜାର ଦୋକାନ ଥିଲେ ବି ଲୋକେ  ସାପ୍ତାହିକ ହାଟ ଉପରେ ନିର୍ଭର କରିଥାନ୍ତି। ମହାମାରୀ କରୋନା ଭାଇରସ ପାଇଁ କୋରାପୁଟ ଜିଲ୍ଲାରେ ସାପ୍ତାହିକ ହାଟ ଦୁଇ ମାସ ବନ୍ଦ ରହିବା ପରେ ଜିଲ୍ଲାପାଳ ସାପ୍ତାହିକ ହାଟ ଖୋଲିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି।

କିନ୍ତୁ ପ୍ରତେକ ସାପ୍ତାହିକ ହାଟ ଦିନ ଦୁଇ ଟା ପରେ ବନ୍ଦ କରାଯିବା ସହ ସାମାଜିକ ଦୁରତା ରଖିବା ସହ କ୍ରେତା ଏବଂ ବିକ୍ରେତା ଉଭୟେ ମାସ୍କ ପିନ୍ଧିବା ଜରୁରୀ। ସେହିଭଳି ଦୋକାନ ରେ ପାଞ୍ଚ ଜଣ ରୁ ଅଧିକ ଲୋକ ଜମା ହୋଇପାରିବେ ନାହିଁ। ଏହିଭଳି କଟକଣା ରେ ଜିଲାପାଳ ସାପ୍ତାହିକ ହାଟ ଖୋଲିବା ପାଇଁ ଅନୁମତି ପ୍ରଦାନ କଲେ। କିନ୍ତୁ ବାସ୍ତବରେ ସେହି ନିୟମ କାନୁନ କୁ ଫୁ କରୁଛନ୍ତି କ୍ରେତା ଓ ବିକ୍ରେତା। ବୋରିଗୁମ୍ମା ବ୍ଲକରେ ସାପ୍ତାହିକ ହାଟ ବଜାର ମାନଙ୍କରେ ରହୁନାହିଁ ସାମାଜିକ ଦୁରତା।ବୁଧବାର ହେଉଛି ବୋରିଗୁମ୍ମା ସହର ର ସାପ୍ତାହିକ ହାଟ। କିନ୍ତୁ ହାଟ ରେ ବଜାର ରେ ପ୍ରବଳ ଗହଳି। କାଁ ଭାଁ ଲୋକେ ମାସ୍କ ପିନ୍ଧିଥିବା ବେଳେ ସମାଜିକ ଦୁରତା ରହୁନାହିଁ। କେବଳ ବୋରିଗୁମ୍ମା ସାପ୍ତାହିକ ହାଟ ନୁହେଁ, ରଣସପୁର ସୋମବାର ହାଟ କୁମୁଲି ହାଟ, ନୂଆଗାଁ ହାଟ, କାଠରଗଡା ହାଟ, ଚାଲାଣ ଗୁଡା ହାଟ ମାନଙ୍କରେ ସମାଜିକ ଦୁରତା ବିଲକୁଲ ରହୁନାହିଁ।

ଯାହାକି ଏବେ ଚିନ୍ତାର କାରଣ ହୋଇଛି। ସରକାର ଯେତେ ସଚେତନ କଲେ ମଧ୍ୟ ଲୋକ କରୋନା ନିୟମ ମାନିବାକୁ ନାରାଜ। ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ରେ ଅନୁରୋଧ କରାଯାଇଛି।

Leave A Reply