Odisha news

ବୈତରଣୀ ନଦୀରୁ ଚୋରା ବାଲି ଉଠୁଥିବା ଘାଟର ବାଟକୁ ବନ୍ଦ କଲା ତହସିଲ ପ୍ରଶାସନ

0

କୋରେଇ : ବ୍ୟାସନଗର ତହସିଲ ଅନ୍ତର୍ଗତ ତାରାକୋଟ ରାଜସ୍ୱନିରିକ୍ଷକ କାର୍ଯ୍ୟାଳୟ ଅଧିନ ବୈତରଣୀ ନଦୀର ମଥୁରାପୁର ଓ ନୟାହାଟ ପାଟଣା ମୌଜାରୁ ବାଲି ଉଠା ଯାଉଥିବା ବେଆଇନ ଘାଟର ବାଟକୁ ତହସିଲ ପ୍ରଶାସନ ପକ୍ଷରୁ ଜେସିବି ଲଗାଇ ଖୋଳି ବାଟ ବନ୍ଦ କରିବା ସହ ଉକ୍ତ ସ୍ଥାନକୁ ୧୪୪ ଜାରୀ କରାଯାଇଥିବା ଜଣା ପଡ଼ିଛି ।

ସୂଚନା ଥାଉକି ଦୀର୍ଘଦିନ ଧରି କିଛି ବାଲି ମାଫିଆ ଦିନରାତି ଏହି ଘାଟ ଗୁଡ଼ିକରୁ ଶହଶହ ଟି୍ରପ୍ ବାଲି ଉଠାଇ ବିକ୍ରୀ କରୁଥିବା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତହସିଲଦାର ଶରତ ଚନ୍ଦ୍ର ମହାପାତ୍ରଙ୍କ ନିଦେ୍ର୍ଦଶରେ ତାରାକୋଟ ରାଜସ୍ୱନିରିକ୍ଷକ ସେବତୀ ବାନରା, ତୁଳତୀ ରାଜସ୍ୱନିରିକ୍ଷକ ରବିନାରାୟଣ ସାହୁ, ଏଆରଆଇ ବାବୁଲାଲ ସାମାଡ଼ ପ୍ରମୁଖ ମଥୁରାପୁର ଓ ନୟାହାଟ ପାଟଣା ରେ ପହଁଚି ଜେସିବି ଲଗାଇ ଘାଟର ବାଟ ଗୁଡ଼ିକୁ ନାଳ କରି ବାଟ ବନ୍ଦକରିବା ସହ ବାଲି ଉଠୁଥିବା ସ୍ଥାନକୁ ୧୪୪ ଧାରା ଜାରୀ କରିଥିବା ଜଣା ପଡ଼ିଛି ।

Leave A Reply