Odisha news

କରୋନାର ମୁକାବିଲା ଲାଗି ରାଜ୍ୟ ସରକାର ଅଧିକ ଶକ୍ତ ହେଲେ : ଶନିବାର ଓ ରବିବାର ୧୧ଟି ଜିଲ୍ଲାରେ ହେଲା ସଟଡାଉନ୍

0

ଭୁବନେଶ୍ବର: କରୋନାର ମୁକାବିଲା ଲାଗି ରାଜ୍ୟ ସରକାର ଅଧିକ କଠୋର ହୋଇଛନ୍ତି। ଏଥିଲାଗି ରାଜ୍ୟ ସରକାର କଡ଼ା କଟକଣା ଜାରି କରିଛନ୍ତି । ଏନେଇ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ  କରୋନାକୁ ଗ୍ଲୋବାଲ ଟ୍ରାଭେଲର୍ସମାନେ ଦେଶରୁ ଦେଶକୁ ନେଇଛନ୍ତି । ୪ଲକ୍ଷ ୨୬ ହଜାରରୁ ଅଧିକ ଲୋକ ରାଜ୍ୟକୁ ଫେରିଛନ୍ତି । ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛନ୍ତି ସରକାର । ଏଥିଲାଗି ଓଡ଼ିଶାର ଗଞ୍ଜାମ, ପୁରୀ, ନୟାଗଡ, ଖୋର୍ଦ୍ଧା, କେନ୍ଦ୍ରାପଡା, ଭଦ୍ରକ, ବଲାଙ୍ଗୀର, କଟକ, ଜଗତସିଂହପୁର, ଯାଜପୁର ଓ ବାଲେଶ୍ୱର ଆଦି ସଂକ୍ରମଣ ବଢ଼ିଥିବା ୧୧ ଜିଲ୍ଲାରେ ସପ୍ତାହର ଦୁଇ ଦିନ ଅର୍ଥାତ୍ ଶନିବାର ଓ ରବିବାର ସଟଡାଉନ ହେବ । ଜୁନ୍ ୩୦ ତାରିଖ ଯାଏଁ ଏହି ନିୟମ ବଳବତ୍ତର ରହିବ।

ତେବେ ସଟଡାଉନ ବେଳେ ଜରୁରୀ ସେବା ମିଳିବ । ବିମାନ ସେବା ଓ ଟ୍ରେନ୍ ଚଳାଚଳ ଜାରି ରହିବ। କିନ୍ତୁ ଏହି ସମୟରେ ମେଡିକାଲ୍, ଅଗ୍ନିଶମ ବିଭାଗ, ବିଦ୍ୟୁତ୍ ବିଭାଗର କାମ ଜାରି ରହିବ।  ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ଅସିତ ତ୍ରିପାଠୀ କହିଛନ୍ତି।

Leave A Reply