Odisha news

ଓଡିଶାର ବିଶିଷ୍ଟ ସାହିତି୍ୟକ ତଥା ଶିକ୍ଷାବିତ୍ ନିତ୍ୟାନନ୍ଦ ଶତପଥୀଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ

0

 

ଭୁବନେଶ୍ୱର,ତା.୦୩/୬: ଓଡିଶାର ବିଶିଷ୍ଟ ସାହିତି୍ୟକ ତଥା ଉକ୍ରଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ତଥା ଶିକ୍ଷାବିତ୍ ନିତ୍ୟାନନ୍ଦ ଶତପଥୀଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି ।

ସ୍ୱର୍ଗତଃ ଶତପଥୀ ଜଣେ ଦକ୍ଷ ସାହିତି୍ୟକ ଭାବେ ବେଶ ଜଣାଶୁଣା ଥିଲେ । ଓଡିଆ ସାହିତ୍ୟକୁ ପ୍ରଚାର ପ୍ରସାର କରିବାରେ ତାଙ୍କର ଯୋଗଦାନ ଅତୁଳନୀୟ । ତାଙ୍କ ବିୟୋଗ ପୂରା ଓଡିଆ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ସ୍ୱର୍ଗତଃ ଶତପଥୀଙ୍କ ବିୟୋଗରେ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

Govt
Leave A Reply