ଭାରତୀୟ ପୋଲିସ ଓ ସେନା ପାଇଁ ଅନ୍ଧ ବିଶ୍ୱାସର କୌଣସି ସ୍ଥାନ ନାହିଁ l ଏହି ଘଟଣାଟି ଭାରତୀୟ ସେନାର ବିଶ୍ୱାସ ଓ ବାସ୍ତବିକ ହୋଇ ମଧ୍ୟ ଅବିଶ୍ୱାସନୀୟ ଅଟେ l ଏମିତି ଜଣେ ସୈନିକ ଅଛନ୍ତି ଯିଏ ମରଣପ୍ରାନ୍ତ ମଧ୍ୟ ଭାରତୀୟ ସେନାର ଗର୍ବ ଅଟନ୍ତି l ବାବା ହରଭଜନ ସିଂ ସହିଦ ହେଲାପରେ ମଧ୍ୟ ଭାରତୀୟ ସେନାରେ କାର୍ଯ୍ୟରତ ଅଛନ୍ତି l ୧୯୪୬ ମସିହା ଅଗଷ୍ଟ ୩0 ତାରିଖ ରେ ଅଭିଭକ୍ତ ପଞ୍ଜାବ ପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ l ୧୯୬୬ ମସିହା ଫେବୁଆରି ୯ ତାରିଖ ଦିନ ଭାରତୀୟ ସେନାରେ ପଞ୍ଜାବ ରେଜିମେଣ୍ଟରୁ ସିପାହୀ ଭାବରେ ନିଯୁକ୍ତି ପାଇଥିଲେ l ତାପରେ ସେ ୧୯୬୫ ମସିହାରେ ଭାରତ ପାକିସ୍ତାନ ଯୁଧ୍ୟରେ ଅଂଶଗ୍ରହଣ କରିଥିଲେ l ତାପରେ ତାଙ୍କୁ ପଞ୍ଜାବ ରେଜିମେଣ୍ଟ ତରଫରୁ ୧୯୬୮ ମସିହାରେ ସିକିମରେ ନିଓଜିତ କରାଗଲା l
ସୈନ୍ୟ ମାନଙ୍କ କ୍ୟାମ୍ପକୁ ଜିନିଷ ପତ୍ର ଲାଦା ହୋଇ ଯିବାପାଇଁ ପାହାଡିଆ ଅଂଚଳରେ ଖଚର ମାନଙ୍କର ବ୍ୟବହାର କରାଯାଏ l ୧୯୬୮ ମସିହା ଅକ୍ଟୋବର ୪ ତାରିଖ ଦିନ ବାବା ହରଭଜନ ସିଂଙ୍କ ତତ୍ୱାବଧାନରେ ଏହି କାମ କରାଯାଉଥିଲା l ସିଏ ଯେଉଁ ଖଚର ପିଠି ଉପରେ ବସିଥିଲେ ତାର ଗୋଡ ଖସି ଯିବାରୁ ଘାଟିରେ ତଳକୁ ଖସି ପାଣିରେ ଭାସିଗଲେ l ତିନିଦିନ ପର୍ଯ୍ୟନ୍ତ ସାଥି ସୈନିକ ମାନେ ଖୋଜାଖୋଜି କଲେ ମଧ୍ୟ ପାଇଲେ ନାହିଁ l ଥରେ ତାଙ୍କର ଜଣେ ବନ୍ଧୁ ପ୍ରିତମ ସିଂ ସ୍ୱପ୍ନରେ ଆସି କହିଲେ ଯେ ମୁଁ ଏଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ପଡିଛି l ତାଙ୍କର ସାଥି ମାନେ ମଧ୍ୟ ନିର୍ଦ୍ଧିଷ୍ଟ ସ୍ଥାନରେ ତାଙ୍କର ମୃତ ଶରୀରକୁ ପାଇଥିଲେ l ତାଙ୍କର ଇଛା ଅନୁସାରେ ତାଙ୍କୁ ନାଥୁଲାରେ ସମାଧି ଦିଆଯାଇଥିଲା l ପରେ ସେଠାରେ ତାଙ୍କର ସ୍ମୃତିରେ ଗୋଟିଏ ମନ୍ଦିର ତିଆରି କରାଯାଇଛି l ଆଜି ମଧ୍ୟ ଭାରତୀୟ ସୀମାରେ ଉପସ୍ଥିତ ରହି ସୀମାକୁ ଜଗି ରହିଛନ୍ତି l
ଯଦି ଚୀନ ସେନାଙ୍କ ପକ୍ଷରୁ ନାଥୁଳରେ କିଛି ଅସୁବିଧା ହେବାକୁ ଥାଏ ତାହା ସ୍ବପ୍ନ ମାଧ୍ୟମରେ ସେନାଙ୍କୁ ଜାଗ୍ରତ କରି ଦିଅନ୍ତି l ଏହା ନୁହେଁ କି ଚୀନର ସୈନିକ ମାନେ ଏ ବିଷୟରେ କିଛି ଜାଣନ୍ତି ନାହିଁ ,ସେମାନେ ଭଲଭାବରେ ଜାଣିଛନ୍ତି ଯେ ବାବା ହରଭଜନ ସିଂ ଆଜି ମଧ୍ୟ ଆମ ଦେଶର ସୀମାକୁ ଜଗି ରହିଛନ୍ତି l PLA ଓ ଭାରତୀୟ ସେନା ମଧ୍ୟରେ ଯେତେବେଳେ ଫ୍ଲାଗ ମିଟିଙ୍ଗ ରଖାଯାଏ ସେତେବେଳେ ବାବା ହରଭଜନ ସିଂଙ୍କ ପାଇଁ ଏକ ଚୌକି ଖାଲି ରଖାଯାଏ l ଆମ ଭାରତୀୟ ସେନାର ସଂପୂର୍ଣ୍ଣ ବିଶ୍ୱାସ ଅଛି ଯେ ବାବା ସର୍ବଦା ଚୀନ ସୈନିକ ଉପରେ ନଜର ରଖିଥାନ୍ତି l ଯଦି କୌଣସି ସୈନ୍ୟ କାର୍ଯ୍ୟରତ ସମୟରେ ଢ଼ୋଳେଇ ପଡିଥାଏ ବାବା ତା ଗାଲକୁ ଚାପୁଡ଼ା ମାରି ଉଠାଇ ଦିଅନ୍ତି l ସହିଦ ହେଲାପରେ ମଧ୍ୟ ଆଜି ଭାରତୀୟ ସେନାର ଏକ ଜାଗ୍ରତ ପ୍ରହରୀ ଭଳି ଜଗି ରହିଛନ୍ତି l
ତାଙ୍କୁ ଭାରତୀୟ ସେନାରେ ପଦୋନ୍ନତି ଦିଆଯାଇ ବେତନ ଦିଆଯାଉଛି l କାରଣ ସେ ଭାରତୀୟ ସେନାର ଏକ କାର୍ଯ୍ୟରତ ସିପାହୀ l ସେନାର ନିୟମ ଅନୁସାରେ ବର୍ଷକୁ ଦୁଇ ମାସର ଛୁଟି ସମସ୍ତଙ୍କୁ ଦିଆ ଯାଇଥାଏ l ଏହି ନିୟମ ବାବା ହରଭଜନ ସିଂଙ୍କ ପାଇଁ ମଧ୍ୟ ଲାଗୁ କରାଯାଇଛି l ଅକ୍ଟୋବର ଓ ନଭେମ୍ବର ଦୁଇମାସ ତାଙ୍କୁ ଛୁଟି ଦିଆଯାଇ ଗାଁ କୁ ପଠାଯାଏ l ସେଥିପାଇଁ ଟ୍ରେନ୍ ରେ ସିଟ ରିଜର୍ଭ କରାଯାଏ ,ତିନିଜଣ ସୈନିକଙ୍କ ସହିତ ତାଙ୍କର ସମସ୍ତ ଜିନିଷ ପତ୍ରକୁ ଦେଇ ଗାଁ କୁ ପଠାଯାଏ l ପୁଣି ଦୁଇମାସ ପରେ ସିକିମ ଅଣାଯାଏ l ଯେଉଁ ଦୁଇମାସ ବାବା ଛୁଟିରେ ରୁହନ୍ତି ସେହି ଦୁଇ ମାସ ସୀମାରେ ହାଇ ଆର୍ଲଟ ଜାରି କରାଯାଏ l ସୈନ୍ୟ ମାନେ ଭଲରେ ଜାଣିଥାନ୍ତି ଯେ ଏହି ସମୟରେ ବାବା ତାଙ୍କର କୌଣସି ସାହାଯ୍ୟ କରିପାରିବେ ନାହିଁ l
ଭାରତୀୟ ସୈନିକ ମାନଙ୍କର ଆସ୍ଥା ହରଭଜନ ସିଂଙ୍କ ସହିତ ଯୋଡି ହୋଇଯାଇଛି l ସୈନ୍ୟ ମାନେ ପ୍ରତେକ ଦିନ କର୍ମକ୍ଷେତ୍ରକୁ ଯିବା ଆଗରୁ ବାବା ହରଭଜନ ସିଂଙ୍କ ମନ୍ଦିରରେ ଆଶୀର୍ବାଦ ନେଇ ଯାନ୍ତି l ବାବା ହରଭଜନ ସିଂ ଜେଲେପ ଠାରୁ ନେଇ ନାଥୁଲା ପର୍ଯ୍ୟନ୍ତ ସୀମାକୁ ରକ୍ଷା କରନ୍ତି l