Odisha news

ରାସନ ବାଣ୍ଟିବାରେ ଦୁର୍ନୀତି ଗନ୍ଧ : ତଦନ୍ତ କଲେ ତିନି ବ୍ଳକ ଯୋଗାଣ ଅଧିକାରୀ

0

କୋରେଇ :  କୋରେଇ ବ୍ଲକରେ ରାସନ କେଳେଙ୍କାରୀ ସିମା ଟପିବାରେ ଲାଗିଛି । ଦିନକୁଦିନ ଗୋଟିଏ ପରେ ଗୋଟିଏ ରିଟଲରଙ୍କ ନାମରେ ଅଭିଯୋଗ ହେଉଛି । ଅଭିଯୋଗ ପାଇ ପ୍ରଶାସନିକ ଅଧିକାରୀ ଚୁପକରି ବସି ଯାଉଛନ୍ତି । ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା ଯୋଗାଣ ଅଧିକାରୀ ତିନି ଗୋଟି ବ୍ଲକର ଯୋଗାଣ ଅଧିକାରୀଙ୍କୁ ତଦନ୍ତ କରିବାକୁ ନିଦେ୍ର୍ଦଶ ଦେବାପରେ ଆଜି ବ୍ଲକ ଯୋଗାଣ ଅଧିକାରୀ ମାନେ କୋରେଇ ବ୍ଲକ ରଣପୁର ପଂଚାୟତର ସାଆଁଳା ଗାଁ ଓ ଗୌରପୁର ପଂଚାୟତର ମଙ୍ଗଳପୁର ଗାଁରେ ପହଁଚି ଲୋକମାନଙ୍କୁ ଡାକି ଏହାର ତଦନ୍ତ କରିଛନ୍ତି । ପ୍ରକାଶକି ରଣପୁର ପଂଚାୟତର ସାଆଁଳା ଗାଁର ଶତାଧିକ କାର୍ଡଧାରୀଙ୍କ ୬ ମାସରୁ ଉର୍ଦ୍ଧ ରାସନ ସାମଗ୍ରୀ ଶହ କରୋନା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆ ଯାଇଥିବା ୩ ମାସର ରିଲିଫ୍ ଚାଉଳକୁ ରିଟେଲର ହଡପ୍ କରିଥିବା ଗ୍ରାମବାସୀ ମାନେ ଯୋଗାଣ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇ ଯୋଗାଣ ଅଧିକାରୀ ବାରମ୍ବାର ରିଟେଲରଙ୍କ ନିକଟକୁ ଆସି କିଛି ଲୋକଙ୍କୁ ରିଲିଫ ଚାଉଳ ଓ କିଛି ଲୋକଙ୍କୁ ଚାଉଳ ବାବଦରେ କେଜି ପ୍ରତି ୧୮ ଟଙ୍କା ହିସାବରେ ଟଙ୍କା ଦିଆକରାଇଥିବା ବେଳେ ଆଉ କିଛି କାର୍ଡଧାରୀଙ୍କୁ ନଦେଇ ରିଟେଲର ଦିନ ପରେ ଦିନ ଗଡାଇବାରୁ କାର୍ଡଧାରୀ ମାନେ ପୁନ୍ନରବାର ବିଡିଓଙ୍କୁ ଅଭିଯୋଗ କରିଥିଲେ । ସେହିପରି ଗୌରପୁର ପଂଚାୟତର ମଙ୍ଗଳପୁର ଗ୍ରାମର କିଛି କାର୍ଡଧାରୀ ବିଡିଓଙ୍କ ନିକଟରେ ପହଁଚି ଉକ୍ତ ରିଟେଲରଙ୍କ ବିରୁଦ୍ଧରେ ୬ ମାସର ରାସନ ସାମାଗ୍ରୀ ଶହ ୩ ମାସର ରିଲିଫ୍ ଚାଉଳ ପାଇନଥିବା ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ବିଡିଓ ସ୍ୱେତା ସ୍ନିଗ୍ଧା ଏହାର ତଦନ୍ତ କରାଯିବାକୁ କହି ଅଭିଯୋଗ କାରୀଙ୍କୁ ଫେରାଇ ଦେଇଥିଲେ ।

ଆଜି ସୁକିନ୍ଦା ବ୍ଲକ ଯୋଗାଣ ଅଧିକାରୀ ଦେବାଶିସ କର, ଦାନଗଦି ବ୍ଲକ ଯୋଗାଣ ଅଧିକାରୀ ରାଜଲକ୍ଷ୍ମୀ ପାତ୍ର ଓ ରସୁଲପୁର ବ୍ଲକ ଯୋଗାଣ ଅଧିକାରୀ ଟୁନାରାଣୀ ସାହୁଙ୍କ ସହ କୋରେଇ ବ୍ଲକ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ନାୟକ ସାଆଁଳା ଓ ମଙ୍ଗଳପୁର ଗ୍ରାମରେ ପହଁଚି ରିଟଲେରଙ୍କ ଅନୁପସ୍ଥିତରେ ଅଭିଯୋଗକାରୀ ମାନଙ୍କ ରାସନ କାର୍ଡ ଜାଂଚ କରିବା ସହ ସେମାନଙ୍କୁ ରାସନ ଓ ରିଲିଫ୍ ଚାଉଳ ପାଇନଥିବା ସମ୍ପର୍କରେ ପଚାରି ବୁଝିଥିଲେ । ଜାଂଚ ସମୟରେ କାର୍ଡଧାରୀ ମାନଙ୍କ ବକେଆ ଚାଉଳ କିପରି ପାଇବେ ତଦନ୍ତ ଅଧିକାରୀଙ୍କୁ ପ୍ରଶ୍ନ କରିବାରୁ ତଦନ୍ତ ଅଧିକାରୀ ମାନେ ଆମକୁ କେବଳ ତଦନ୍ତ କରିବା ପାଇଁ କୁହାଯାଇଛି । ହେଲେ ପାଇବା ନ ପାଇବା ଉପରିସ୍ଥ ଅଧିକାରୀ ମାନେ ବିଚାର କରିବେ ବୋଲି କହିଥିଲେ । ତଦନ୍ତ ବେଳେ ରିଟେଲରଙ୍କ ଅନୁପସ୍ତିତ ଥିବାରୁ ଲୋକ ମାନଙ୍କ ମନରେ ନାନା କଥା ଉଙ୍କିମାରୁଛି । କେବଳ ତଦନ୍ତ ନାରେ ଘଟଣାକୁ ଚପାଇ ଦେବେ ନା ହଡପ କାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବେ ତାହା ସାଧାରଣରେ ଏବେ ଆଲୋଚନା ହେଉଥିବା ବେଳେ ଯାଜପୁର ଜିଲ୍ଲାପାଳ ଏଥିପ୍ରତି ନଜରଦେଇ ଗରିବଙ୍କ ବକେଆ ରାସନ ସାମଗ୍ରୀ ସହ ମାଗଣା ରିଲିଫ୍ ଚାଉଳ ପାଇନଥିବା କାର୍ଡଧାରୀ ମାନଙ୍କୁ ତୁରନ୍ତ ଯୋଗାଇ ଦେବା ସହ ରାସନ ଓ ରିଲିଫ୍ ହଡପ କାରୀ ଓ ତାଙ୍କୁ ଘଂଟ ଘୋଡାଉଥିବା ଅଧିକାରୀଙ୍କ ବିରୁର୍ଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଉଭୟ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

Leave A Reply