Odisha news

କ୍ୱାରେଣ୍ଟାଇନ୍ ସେଣ୍ଟର ଜଗି ରହିଛନ୍ତି ମହିଳା କରୋନା ଯୋଦ୍ଧା

0

ସାଲେପୁର, ୧୩ ।୫- ସାଲେପୁର ବ୍ଲକ୍ରେ ବିଭିନ୍ନ ପଞ୍ଚାୟତରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଜଗି ରହିଛନ୍ତି ମହିଳା କରୋନା ଯୋଦ୍ଧା । ଏହି ଦୃଶ୍ୟ ବିଭିନ୍ନ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଦେଖିବାକୁ ମିଳିଛି ।

ସାଲେପୁର ବ୍ଲକ୍ରେ ହୋଇଥିବା ୪୮ଟି କ୍ୱାରେଣ୍ଟାଇନ୍ ସେଣ୍ଟର ମଧ୍ୟରୁ ବହୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ, ସରପଞ୍ଚ, ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ଜି.ଆର.ଏସ୍., ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସ୍ୱେଚ୍ଛାସେବୀ ମହିଳାମାନେ ବିଭିନ୍ନ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଜଗିରହିବା ସହ ସେଠାରେ ରହିଥିବା ପ୍ରବାସୀ ଓଡ଼ିଆଙ୍କର ଯେପରି କୌଣସି ଅସୁବିଧା ନହୁଏ, ସେ ଦିଗରେ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି ।

ଏହି ମହିଳା କରୋନା ଯୋଦ୍ଧାମାନେ ନିଜ ପିଲା ଛୁଆଙ୍କୁ ଛାଡି ଘର କାର୍ଯ୍ୟ ଛାଡି ବିଭିନ୍ନ କ୍ୱାରେଣ୍ଟାଇନ୍ ସେଣ୍ଟରରେ ପର୍ଯ୍ୟାୟ କ୍ରମେ ଜଗି ରହିବା ସହ ଘର ଘର ବୁଲି ଲୋକମାନଙ୍କୁ ସାମାଜିକ ଦୂରତ୍ୱ ରଖିବା, ନିୟମିତ ମାସ୍କ ପିନ୍ଧିବା ଓ ବାରମ୍ବାର ସାବୁନ୍ରେ ହାତ ଧୋଇବାପାଇଁ କରୋନା ସଚେତନତା କରାଉଛନ୍ତି ।

ଏହି ସଚେତନତା କାର୍ଯ୍ୟକ୍ରମରେ ସାଲେପୁର ବ୍ଲକ୍ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମୀମାନଙ୍କ ଭୂମିକା ସ୍ୱାଗତଯୋଗ୍ୟ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply