Odisha news

ବହୁଚର୍ଚ୍ଚିତ ପାରିଚଢେଇ ଗ୍ରାମ ର ଦୂର ହେଲା ପାନୀୟ ଜଳ ଓ ନିତିଦିନିଆ ରାସ୍ତା ସମସ୍ୟା

0

ଗୋପ : ବହୁ ଚର୍ଚ୍ଚିତ ଗୋପ ବ୍ଲକ ଅନ୍ତର୍ଗତ ବନ୍ତଳିଗ୍ରାମ ପଂଚାୟତର ପାରିଚଢେଇ ଗ୍ରାମକୁ ପାଣି ପାଇପ୍ ବିଛେଇବା କାର୍ଯ୍ୟ ଆରମ୍ଭ ହୋଇଛି । ନାହିଁ ନାହିଁରେ ଚାଲିଥିବା  ଏହି ଗ୍ରାମର ଦୂରବସ୍ଥାକୁ ବାରମ୍ବାର ବିଭିନ୍ନ ଖବର କାଗଜରେ ଖବର ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନ ତରଫରୁ ତକôାଳୀନ ବିଧାୟକ ତଥା ଏବେ ମନ୍ତ୍ରୀ ସମିର ରଂଜନ ଦାସ ଙ୍କୁ ଏହି ଗ୍ରାମର ଉନ୍ନତି ନିମନ୍ତେ କଣ କରାଯାଇପାରିବ ସେ  ନେଇ ଏକ ମାଷ୍ଟର ପ୍ଲାନ ମାଗିଥିଲେ ।

ନିଦେ୍ର୍ଦଶାନୁଯାୟୀ ବିଡିଓ ଦିପ୍ତିରାଣୀ ଦାସ ଉକ୍ତ ଗ୍ରାମରେ ପଂହଚିବା ସହିତ ଗ୍ରାମବାସୀମାନଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ନିଷ୍ପତି ନେଇଥିଲେ ଏବଂ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ଏହି ଗ୍ରାମର ନକ୍ସା ବଦଳାଇବା ନିମନ୍ତେ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରି ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ  ।

ସୂଚନାଯୋଗ୍ୟ ଯେ, ଏହି ପାରିଚଢେଇ ଗ୍ରାମ ଭୌଗଳିକ ଦୃଷ୍ଟି କୋଣରୁ ନାଗପୁର ପଂଚାୟତର ନିକଟରେ ଥିବା ବେଳେ ବନ୍ତଳିଗ୍ରାମ ପଂଚାୟତର ପାଖାପାଖି ୫ କିଲୋମିଟର ଦୂରରେ ଅବସ୍ଥିତ । ଶିକ୍ଷା ଠାରୁ ଆରମ୍ଭ କରି ରାସନ୍ ସାମଗ୍ରୀ ପର୍ଯ୍ୟନ୍ତ  ଯେଉଁ ଅସୁବିଧାର ସମ୍ମୁଖିନ ହେଉଥିଲେ ଏହି ଗ୍ରାମବାସୀ ତାହା ଅବର୍ଣନୀୟ ।  ସବୁଠାରୁ ଗୁରୁତ୍ୱପୂର୍ଣ ଏବଂ ମୂଖ୍ୟ ସମସ୍ୟା ଥିଲା  ଏହି ଗ୍ରାମକୁ ଯିବା ନିମନ୍ତେ ରାସ୍ତା । ପିଲାମାନେ ପାଠପଢିବାକୁ ଦୀର୍ଘ ଦୁଇ  କିଲୋମିଟର ଚାଲି ଚାଲି ସ୍ଥାନୀୟ ଚଢେଇଗ୍ରାମ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟକୁ ଯାଉଥିଲେ ।

ବର୍ଷାଦିନେ ଏହି କୋମଳମତି ଶିଶୁ ମାନଙ୍କର ପାଠପଢା ସଂପୂର୍ଣ ବନ୍ଦ ରହୁଥିଲା କାରଣ ଏହି ଗ୍ରାମକୁ କୌଣସି ପ୍ରକାର ନିତିଦିନିଆ ରାସ୍ତା ନଥିଲା । ଖାସ୍ ଏଇଥିପାଇଁ ଗ୍ରାମରୁ ଜଣେ ହେଲେ ମଧ୍ୟ ଉଚ୍ଚଶିକ୍ଷିତ ନଥିଲେ । ରାସ୍ତା,ପାନୀୟ ଜଳ ର ଅସୁବିଧା ଏମାନଙ୍କୁ ସବୁ ସମୟରେ ପଛୁଆ  ବର୍ଗରେ ସାମିଲ କରୁଥିଲା । ଜରୁରୀକାଳିନ ସମୟରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡି ଏହି ଗ୍ରାମକୁ ଯାଇପାରୁନଥିଲା ।

ଯାହା ଫଳରେ ଏହି ଗ୍ରାମର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡୁଥିଲା । ସରକାରଙ୍କ ତରଫରୁ ପିଇବା ପାଣି ଯୋଗାଣ ନିମନ୍ତେ ଏକ ଟ୍ୟାଙ୍କର ଯୋଗାଇ ଦିଆଯାଇଥିଲା ହେଲେ ଏହି ଟ୍ୟାଙ୍କର ରେ ପାଣି ଯୋଗାଣ ସମୁଦ୍ରକୁ ଶଙ୍ଖେ ଭଳି ହୋଇଥିଲା । ଗୋରୁ ଗାଈ ଓ ଛେଳି ପାଳନ ଓ ସ୍ଥାନୀୟ କୁଶଭଦ୍ରା ନଦୀରୁ ଏମାନଙ୍କ ମାଛ ଧରି ଚଳିବା ହେଉଛି ଏକ ମୌଳିକ ବେଉସାରେ ପରିଣତ ହୋଇଥିଲା ।

ସବୁ ବର୍ଷ ଏମାନଙ୍କ କଷ୍ଟାର୍ଜିତ ଫସଲ ଖାଲୁଆ ଅଂଚଳ ହୋଇଥିବାରୁ ନଷ୍ଟ ହେଉଥିଲା । ରାଜ୍ୟର ସବୁଠାରୁ ବିକଶିତ ପୁରୀ ଜିଲ୍ଲାର ଏଭଳି ଏକ ଦୂରବସ୍ଥା ଥିବା ଏକ ଗ୍ରାମ ଥିଲା ଯାହା ସମସ୍ତଙ୍କ ନଜର ବାହାରେ ।  ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଉକ୍ତ ଗ୍ରାମକୁ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ନଦୀବନ୍ଧ ଉପରେ ସବୁଦିନିଆ ପିଚୁ ରାସ୍ତା ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୩୫ ଲକ୍ଷ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨୨ ଲକ୍ଷ ଟଙ୍କା ବ୍ୟୟ ମଂଜୁର କରିଥିଲେ । ଯାହାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ।

ପିଇବା ପାଣି ନିମନ୍ତେ ଷୋଳପୁର ଠାରେ ନିର୍ମିତ ଅବସ୍ଥାରେ ଥିବା ପାଣି  ଟାଙ୍କିରୁ ସବୁଦିନିଆ ପାଣି ଯୋଗାଣ ନିମନ୍ତେ ଗୋପ ବିଡିଓଙ୍କୁ ନିଦେ୍ର୍ଦଶ ମଧ୍ୟ ଦେଇଥିଲେ । ଗତ ଦୁଇ ଦିନ ହେବ ପାଣି ପାଇପ୍ ବିଛାଇବା କାର୍ଯ୍ୟ ଆରମ୍ଭ ହେବା ପରେ ଉକ୍ତ  ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି । ଏବେ ସବୁଦିନିଆ ରାସ୍ତା ଓ ପିଇବା ପାଣିର ବ୍ୟବସ୍ଥା କରାଯାଇଥିବାରୁ ଏହି ଗ୍ରାମବାସୀମାନେ ମନ୍ତ୍ରୀଙ୍କର ଏହି  ପ୍ରୟାସକୁ ସାଧୁବାଦ ଜଣାଇଛନ୍ତି । ଅନ୍ୟ ପକ୍ଷରେ ରାସ୍ତା ଓ ପିଇବା ପାଣି ର ସୁବ୍ୟବସ୍ଥା କରିବା ପରେ  ଏବେ ଶିଶୁ ମାନଙ୍କ ନିମନ୍ତେ ଶିକ୍ଷାର ବ୍ୟବସ୍ଥା କରାଯିବାକୁ ସେମାନେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀଙ୍କ ନିକଟରେ ଦାବୀ କରିଛନ୍ତି ।

Har Ghar Tiranga

Leave A Reply