Odisha news

ପୂରଣ ହେଲା ଅଲିପୁର ଗ୍ରାମବାସୀଙ୍କ ରାସ୍ତା ସ୍ୱପ୍ନ

0

ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାରଡାଙ୍ଗ ଓ ଝିଙ୍କିରିଆ  ୨ ପଞ୍ଚାୟତକୁ ସଂଯୋଗ କରୁଥିବା ଅଲିପୁର-ପାଇକାଳପୁର ରାସ୍ତା ସ୍ୱାଧିନତାର ୭୩ବର୍ଷ ପରେ ମଧ୍ୟ ଅବହେଳିତ ହୋଇ ରହିଥିଲା । ବର୍ଷାସମୟରେ ଅବସ୍ଥା ଶୋଚନୀୟ ହୋଇ ପଡୁଥିବାରୁ ଉଭୟ ପଞ୍ଚାୟତକୁ ଯିବା ଆସିବା ଏକ ପ୍ରକାର ବନ୍ଦ ହୋଇ ଯାଉଥିଲା । ଉଭୟ ଗ୍ରାମ ମଝିରେ ପୋଲଟିଏ ଥିଲେ ମଧ୍ୟ ସଂଯୋଗୀକରଣ ରାସ୍ତା ନଥିବାରୁ ବର୍ଷାଋତୁରେ ପୋଲ କିଛି କାମରେ ଆସୁନଥିଲା । ଗ୍ରାମବାସୀ ମାନେ ବାରମ୍ବାର ଅଭିଯୋଗ  କରି ବିଫଳ ହେବା ପରେ ପ୍ରଶାସନ କିମ୍ବା ନେତାଙ୍କ ନିକଟକୁ ଯାଇନଥିଲେ ।

ଏବେ ମନରେଗା ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଫଳକ ପୋତାଯିବା ପରେ ଗ୍ରାମବାସୀ ଙ୍କ ମନରେ ନୁଆ ଆଶା ସଞ୍ଚାର ହୋଇଛି । ବୁଧବାର ଦିନ ୬ଲକ୍ଷ ଟଙ୍କା ବ୍ୟୟରେ ନର୍ମିତ ହେବାକୁ ଥିବା ରାସ୍ତା ପାଇଁ ସରପଞ୍ଚ ହରିହର କୁଣ୍ଡୁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।ୱାର୍ଡସଭ୍ୟ ସୁରେନ୍ଦ୍ର ଦଳେଇ,ବିଜେଡି ନେତା ଦିଲ୍ଲିପ କୁମାର ତ୍ରିପାଠୀଙ୍କ ସମେତ ବହୁ ଗ୍ରାମବାସୀ ଖୁସିର ମୁହୁର୍ତ୍ତରେ ଉପସ୍ଥିତ । ବ୍ରାହ୍ମଣ ମୁନା ପଣ୍ଡା ଙ୍କ ଦ୍ୱାରା ଭୁମି ପୂଜନ କରାଯାଇଥିଲା । ଏ ଊଞ୍ଚଳବାସୀଙ୍କ ଦୀର୍ଘଦିନର ଆଶା ପୂରଣ ହୋଇଥିବାରୁ ସରପଞ୍ଚ କୁଣ୍ଡୁ ରାଜ୍ୟସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply