ପ୍ରାପ୍ତ ସୂଚନା ଅନୁଯାୟୀ ବାତ୍ୟା ଅମ୍ଫାନର ପ୍ରଭାବରେ ଜୋରରେ ପବନ ବହିବାରୁ ଓ ବର୍ଷା ହେବାରୁ ତିହିଡି ବ୍ଲକ ଅନ୍ତର୍ଗତ କାଆଁପଡା ପଞ୍ଚାୟତର ଦକ୍ଷିଣପରି ଗ୍ରାମର ବଳରାମ ଦାସଙ୍କର ଘରର କାନ୍ଥ ଭାଙ୍ଗି ଯାଇଥିଲା। ଏହା ଫଳରେ ବଳରାମ ଦାସଙ୍କଏକ ବର୍ଷର ଶିଶୁ ପୁତ୍ର ଉପରେ କାନ୍ଥ ପଡ଼ିଯିବାରୁ ତାର ମୃତ୍ୟୁ ଘଟିଛି। ତାର ମା’ ତାକୁ ଘର ଆଗରେ ଛିଡ଼ାକରି ଦେଇ କାମ କରିବାକୁ ଯିବା ବେଳେ ଜୋରରେ ପବନ ବହିବାରୁ ତାଙ୍କ ଘର ଝାଟିମାଟି ବଡ଼ କାନ୍ଥ ଶିଶୁ ପୁତ୍ର ଉପରେ ପଡି ଯାଇଥିଲା। ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା ବୋଲି କୁହାଯାଉଛି।
ଏଣେ ଆଜି ଭଦ୍ରକ-ଚାନ୍ଦବାଲି, ଭଦ୍ରକ- ବାସୁଦେବପୁର, ବାଂଶଡା -ଧାମରା ରାସ୍ତାରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ଜଣାଯାଇଛି। ଖାଲି ସେତିକି ନୁହେଁ, ଭଦ୍ରକ ଜିଲ୍ଲାରେ ବାତ୍ୟା ଅମ୍ଫାନ ତାଣ୍ଡବ ଲୀଳା ଜାରି ରଖିଥିବାର ସୂଚନା ମିଳିଛି।