Odisha news

ପୃଥିବୀ ଇତିହାସର ଭୟଙ୍କର ଜାଗା

0

କେବଳ ବୈଜ୍ଞାନିକ ମାନଙ୍କ ପାଇଁ ନୁହେଁ ସାଧାରଣ ଲୋକମାନେ ମଧ୍ୟ ଡାଇନୋସର ବିଷୟରେ ରୁଚି ରଖନ୍ତି l ଆଜିକୁ ୧0 କୋଟି ବର୍ଷ ପୂର୍ବେ ଜୀବନ କିପରି ଥିଲା ,ସେତେବେଳେ ପୃଥିବୀ ପୃଷ୍ଠରେ କି ପ୍ରକାରର ଯିବା ବାସ କରୁଥିଲେ ଆଜିର ବୈଜ୍ଞାନିକ ମାନେ ଗବେଷଣା କରି ସେ ବିଷୟରେ ଜାଣିପାରିଛନ୍ତି l
ଡାଇନୋସର ମାନଙ୍କ ସମୟରେ ଏହି ମଣିଷ ସମାଜ ନଥିଲା କିନ୍ତୁ ଏବେ ଏହି ଜୀବଟି ସମ୍ପୂର୍ଣ ଭାବରେ ବିନାଶ ହୋଇ ସାରିଛି l ଆମେମାନେ ଚଳଚିତ୍ର ମାଧ୍ୟମରେ କେବଳ ଏକା ସାଙ୍ଗରେ ମଣିଷ ଓ ଡାଇନୋସରଙ୍କୁ ଦେଖିଛେ l କିନ୍ତୁ କହିବାକୁ ଗଲେ ସେତେବେଳେ ମଣିଷ ମାନେ ପୃଥିବୀ ପୃଷ୍ଠରେ ଆଦୌ ନଥିଲେ l ଏବେ ଗବେଷକ ମାନେ ଡାଇନୋସରଙ୍କ ବିଷୟରେ ଅନେକ ତଥ୍ୟ ବାହାର କରି ସାରିଛନ୍ତି l

୧0 କୋଟି ବର୍ଷ ପୂର୍ବେ ଏହି ପୃଥିବୀ ପୃଷ୍ଠ ମଣିଷ ମାନଙ୍କର ରହିବ ପାଇଁ ଆଦୌ ଯୋଗ୍ୟ ନଥିଲା l ସେହି ସମୟରେ କେବଳ ପୃଥିବୀ ଉପରେ ବିଶାଳ କାୟା ସରୀସୃପ ମାନେ ହିଁ ରହୁଥିଲେ l ସେହି ସରୀସୃପ ଗୁଡିକ ଦେଖିବାକୁ ଅତ୍ୟନ୍ତ ଭୟଙ୍କର ଥିଲେ ଓ ଆକାଶ ମାର୍ଗରେ ଉଡ଼ିକି ଶିକାର କରି ପାରୁଥିଲେ l
କେଉଁଠରେ ଏହି ପ୍ରକାରର ଜୀବଙ୍କୁ ଦେଖିବାକୁ ମିଳୁଥିଲା –
ସ୍ପୁଟନିକ ନିୟୁଜ ଖବର ଅନୁସାରେ ପlର୍ଟ୍ସମାଉଥ ୟୁନିଭର୍ସିଟିରେ ହୋଇଥିବା ଏକ ଜୀବସ୍ମା ର ଅନୁଧ୍ୟାନରୁ ବୈଜ୍ଞାନିକ ମାନେ ଜାଣି ପାରିଲେ ଯେ ଆଫ୍ରିକାର ସାହାରା ମରୁଭୂମି ଅଂଚଳରେ ଓ ମରକୋରେ ଡାଇନୋସର ମାନେ ଦେଖିବାକୁ ମିଳିଥିଲେ l ବୈଜ୍ଞାନିକ ମାନଙ୍କ ମତରେ ଏହି ୨ଟି ଜାଗା ପୃଥିବୀ ଇତିହାସରେ ସବୁଠୁ ବଡ ଭୟଙ୍କର ଜାଗା ଥିଲା l ଡେଟ୍ରାଇଟି ମର୍ସି ୟୁନିଭର୍ସିଟିର ବାୟୋଲୋଜି ପ୍ରଫେସର ଡ଼. ନାଜିର ଇବ୍ରାହିମଙ୍କ କହିବା ଅନୁସାରେ “ଏହି ୨ଟି ଜାଗା ପୃଥିବୀର ଭୟଙ୍କର ଜାଗା ଥିଲା l ଯଦି ସେହି ସମୟରେ ପୃଥିବୀ ଉପରେ ମଣିଷ ମାନେ ବସବାସ କରୁଥାନ୍ତେ ହୁଏତ ସେମାଙ୍କର ଆଜି କୌଣସି ଅସ୍ତିତ୍ବ ନଥାନ୍ତା l

ଗବେଷଣାରୁ ଏହା ମଧ୍ୟ ଜଣାପଡିଛି ଯେ ସେତେବେଳେ ଏହି ଜାଗା ଗୁଡିକ ନଦୀ ଦ୍ୱାରା ପରିବେଷ୍ଟିତ ରହୁଥିଲା l ଓ ଏଥିରେ ଅନେକ ପ୍ରଜାତିର ଲମ୍ବା ଲମ୍ବା ମାଛ ରହୁଥିଲେ l ସେମାନେ ଦେଖିବାକୁ ଅତ୍ୟନ୍ତ ଭୟଙ୍କର ଥିଲେ l ତାଙ୍କର ଦାନ୍ତ ଗୁଡିକ ମୁନିଆଁ ଓ ଲମ୍ବା ଥିଲା ସେମାନଙ୍କର ଶରୀର କଣ୍ଟା ଯୁକ୍ତ ଥିଲା l
ଐତିହାସିକ ମାନଙ୍କ ମତରେ ଆଫ୍ରିକାର ମିଳିଥିବା ଡାଇନୋସର ମାନଙ୍କର କଙ୍କାଳ ଓ ଜୀବସ୍ମାରୁ ଜଣ ପଡିଛି ଯେ ଏହି ବିଶାଳ କାୟା ଆକୃତିର ବଜେଇବା ମାନେ ଆଫ୍ରିକାରେ ରହୁଥିଲେ l ସେହି ସମୟରେ ସେଠାରେ ମରୁଭୂମି ସହିତ ଘଂଚ ଜଙ୍ଗଲ ମଧ୍ୟ ପରିବେଷ୍ଟିତ ଥିଲା l ଗୋଟିଏ ସ୍ଥାନରେ ସମସ୍ତ ପ୍ରକାରର ଜଳବାୟୁ ଦେଖିବାକୁ ମିଳୁଥିଲା l ସାଢେ ୬ କୋଟି ବର୍ଷ ପୂର୍ବେ ଏହି ଡାଇନୋସର ମାନେ ପୃଥିବୀ ଇତିହାସରୁ ବିଲୁପ୍ତ ହୋଇ ଯାଇଛନ୍ତି l ତା ସାହିତ ତାଙ୍କ ସଂପର୍ଶରେ ଆସୁଥିବା ସମସ୍ତ ଯିବା ଜନ୍ତୁ ବିଲୁପ୍ତ ହୋଇଯାଇଛନ୍ତି l କୁହ ଯାଏ ଯେ ସାଢେ ୬ କୋଟି ବର୍ଷ ପୂର୍ବେ ଆମେରିକା ନିକଟସ୍ଥ ମେକ୍ସିକୋ ରେ ଗୋଟିଏ ବଡ ଉଲ୍କା ପିଣ୍ଡ ଖସି ପଡିଥିଲା ତାଆରୀ ପ୍ରଭାବରେ ସମସ୍ତ ଡାଇନୋସର ପ୍ରଜାତି ସଂପୂର୍ଣ୍ଣ ଭାବରେ ଧ୍ୱସଂ ହୋଇଗଲା l

Nalco

Leave A Reply