Odisha news

ସରପଞ୍ଚଙ୍କ ଉଦ୍ୟମକ୍ରମେ ସଠିଲୋ ଶ୍ମଶାନ ଜମି ଚିହ୍ନଟ

0

ବେତନଟୀ  : ଆଜି ବେତନଟୀ ତହସିଲଦାରଙ୍କ ନିଦେ୍ର୍ଦଶକ୍ରମେ ବେତନଟୀ ରାଜସ୍ୱ ନିରୀକ୍ଷକ ତାଙ୍କ ଅମିନ ସହିତ ସଠିଲୋ ମୌଜାରେ ଥିବା ଶ୍ମଶାନ ଜମିକୁ ଚିହ୍ନଟ କରିବାକୁ ପହଞ୍ଚି ଥିଲେ । ପୂର୍ବରୁ ସଠିଲୋ, ଶାସ୍ତ୍ରୀ ନଗରର ଜନସାଧାରଣ, ସ୍ଥାନୀୟ ସାମାଜିକ ଅନୁଷ୍ଠାନ, ବେତନଟୀ ବ୍ଲକ ସାମ୍ବାଦିକ ସଂଘ, ପଦ୍ମମାଳି ମହିଳା ସଂଗଠନ ପ୍ରଭୃତି ଏଠାରେ ଥିବା ଶ୍ମଶାନ ଜମିଟିକୁ ଚିହ୍ନଟ କରିବାକୁ ବେତନଟୀ ତହସିଲଦାରଙ୍କ ନିକଟରେ ଲିଖିତ ଦାବି କରି ଥିଲେ ।

ଗ୍ରାମବାସୀଙ୍କ ଦାବି ମୁତାବକ ବେତନଟୀ ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ଓଝା, ସଠିଲୋ ସରପଞ୍ଚ ବିଜୟ କୁମାର ସିଂ, ଯୁବ ନେତା ପ୍ରିୟବ୍ରତ ପଟ୍ଟନାୟକ, ସମାଜସେବୀ ଅଜୟ କୁମାର ଓଝା, ସୁଧାକର ପଣ୍ଡା ପ୍ରମୁଖ ଏଠାରେ ଶ୍ମଶାନଟି ଅତ୍ୟନ୍ତ ଆବଶ୍ୟକ ଓ ଏହି ଜମିଟିକୁ ଚିହ୍ନଟ କରିବାକୁ ତହସିଲଦାରଙ୍କୁ ପ୍ରସ୍ତାବ ଦେଇ ଥିଲେ ।

ଆଜି ଜମି ଚିହ୍ନଟ ବେଳେ ସରପଞ୍ଚ ବିଜୟ ସିଂ ନିଜେ ଉପସ୍ଥିତ ରହିବା ସହିତ ଗ୍ରାମର ପ୍ରଭାକର ସାହୁ, ରତିକାନ୍ତ ମହାନ୍ତ, ଲକ୍ଷ୍ମୀଧର ଭୋଈ, କମଳାକାନ୍ତ ଗୋଚ୍ଛାୟତ, ପ୍ରେମାନନ୍ଦ ସେଠୀ, ୟୁକେ ଯାଦବ ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ପ୍ରସ୍ତାବିତ ଶ୍ମଶାନ ପାଇଁ ସଠିଲୋ ମୌଜାର ଖାନା ନମ୍ବର ୩୮୭ର ପ୍ଲଟ ନମ୍ବର ୬୪ରେ ୧୩ ଡେସିମିଲ, ପ୍ଲଟ ନମ୍ବର ୬୫ରେ ୩୩ ଡେସିମିଲ, ପ୍ଲଟ ନମ୍ବର ୬୬ରେ ୬୮ ଡେସିମିଲ ମୋଟ ଏକ ଏକର ୧୪ ଡେସିମିଲ ଜମି ୧୯୭୨ ମସିହାରୁ ସଂରକ୍ଷିତ ରହିଛି । ଏହି ଜମିଟି ସର୍ବସାଧାରଣ ଯୋଗ୍ୟ ବୋଲି ଜଣା ପଡିଛି ।

ଅନ୍ୟ ପକ୍ଷରେ ସଠିଲୋ ପଞ୍ଚାୟତରେ ଶ୍ମଶାନ ନିର୍ମାଣ ପାଇଁ ପାଣ୍ଠି ମଧ୍ୟ ରହି ଥିବାର ଜଣା ପଡିଛି । ରାଜସ୍ୱ ନିରୀକ୍ଷକ ଓ ଅମିନ ମିଶି ଶ୍ମଶାନ ଜମିଟିକୁ ଚିହ୍ନଟ କରି ସରପଞ୍ଚ ଓ ଗ୍ରାମବାସୀଙ୍କୁ ଦେଖାଇ ଥିଲେ । ଏହି ଜମିଟି ଚିହ୍ନଟ ବେଳେ ଏହାର କିଛି ଅଂଶ ଜବର ଦଖଲ ହୋଇ ଥିବାର ଦେଖା ଯାଇଛି । ଏହି ଜବର ଦଖଲ ହେବା ଦ୍ୱାରା ଶ୍ମଶାନ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିବ ନାହିଁ ବୋଲି ଉପସ୍ଥିତ ଗ୍ରାମବାସୀ ମାନେ ମତ ଦେଇ ଥିଲେ ଓ ରାଜସ୍ୱ ନିରୀକ୍ଷକଙ୍କୁ ଜବର ଦଖଲ ହଟାଇବାକୁ ପ୍ରସ୍ତାବ ଦେଇ ଥିଲେ । ରାଜସ୍ୱ ନିରୀକ୍ଷକ ଏବାବଦରେ ତହସିଲଦାରଙ୍କ ସହିତ ଆଲୋଚନା କରିବେ ବୋଲି ଗ୍ରାମବାସୀ ମାନଙ୍କୁ ଜବାବ ଦେଇ ଥିଲେ । ତେବେ ଜବର ଦଖଲକାରୀଙ୍କ ନିକଟରୁ ଜମିଟିକୁ ତୁରନ୍ତ ଦଖଲମୁକ୍ତ କରିବାକୁ ସାଧାରଣରେ ଦାବି ହୋଇଛି

Leave A Reply