Odisha news

ଟ୍ରକ ପଛକୁ ଧକ୍କା ଦେଲା ଯାତ୍ରୀବାହୀ ଶ୍ରମିକ ବସ, ୪ ଆହତ

0
ଖଲ୍ଲିକୋଟ–୨୦/୦୫ : ପିଛା ଛାଡୁନି ପ୍ରବାସୀ ଶ୍ରମିକଙ୍କ ବସ ଦୁର୍ଘଟଣା… ଆଜି ଭୋର୍ ପୁଣି ଆଉ ଏକ ବସର  ଦୁର୍ଘଟଣା ଘଟିଅଛି l ବସ ନମ୍ବର ପି ୱାଇ୦୧ସିଡ଼ି୫୭୮୧ଚେନ୍ନାଇ ରୁ କୋଲକତା ଅଭିମୁଖେ ଯାଉଥିବା ବେଳେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଡିମିରିଆ ଛକ ଠାରେ ବସଟି ଦୁର୍ଘଟଣା ହୋଇଛି l
ବସ ଟି ଭାରସ୍ୟାମ ହରାଇ ପୂର୍ବରୁ ଠିଆ ହୋଇଥିବା ମାଲବାହି ଟ୍ରକ ପଛକୁ ଧକ୍କା ଦେଇଥିଲା l ଫଳରେ ବସର ସାମ୍ନାପଟ ସମ୍ପୂର୍ଣ୍ଣ କ୍ଷତିଗସ୍ତ ହୋଇଥିବା ବେଳେ ୪ ଶ୍ରମିକ ଆହାତ ହୋଇଥିବା ଜଣାପଡ଼ିଛି, ସମସ୍ତ ଆହାତକୁ ଖଲ୍ଲିକୋଟ ମେଡିକାଲ ରେ ଭର୍ତ୍ତି କରାଯାଇଛି l
 କୋଲକାତା ର ଆଲି ମିଦା(୩୦)ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା ।ଖୁର୍ସିଦ ଶେଖ(୫୨),ନିରାଲ ମିଦା(୩୦)ଓ ଅନ୍ୟ ଜଣେ ବ୍ୟକ୍ତି ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି ।
୪ଜଣ ଆହାତ ସମେତ ବସ ରେ ମୋଟ ୩୧ଜଣ ଶ୍ରମିକ ଥିବା ଜଣାପଡିଛି ଅନ୍ୟ ୨୭ ଶ୍ରମିକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଁଚିବା ସହ ଅଳ୍ପକେ ବର୍ତ୍ତି ଯାଇଥିବା ସମସ୍ତ ଶ୍ରମିକଙ୍କୁ ନିଜ ଭିଟାମାଟିକୁ ପଠାଇବା ଲାଗି ବ୍ୟବସ୍ତା କରିଥିବା ଜଣାପଡ଼ିଛି l
Leave A Reply