ଦ୍ରୁତଗାମୀ ଟ୍ରକ ହାଟଥ ବ୍ରେକ ମାରିଦବାରୁ ବାଇକିଟ୍ ଭାରସାମ୍ୟ ହରାଇ ଟ୍ରକ ପଛପଟେ ପିଟି ହେଲା : ଜଣେମୃତ ଅନ୍ୟଜଣେ ଗୁରୁତର
ପିପିଲି: ପିପିଲି ଥାନା ଅଧିନସ୍ଥ ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଗୁଡିଆପୋଖରି ଛକ ନିକଟରେ ଏକ ସଡକ ଦୃର୍ଘଟଣା ହୋଇଯାଇଛି । ଏହି ସଡକ ଦୃର୍ଘଟଣାରେ ଜଣକ ର ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଭୁବନେଶ୍ୱର ମେଡିକାଲରେ ଚିକିତ୍ସା ହେଉଛନ୍ତି ।
ମିଳିଥିବା ସୁଚନା ମୁତାବକ କଣାସ ଥାନା ଅଧିନସ୍ଥ ସିରେଇ ଗ୍ରାମର ବିଶ୍ୱଜିତ ଚମ୍ପତି(୨୪)ତାଙ୍କ ସାଙ୍ଗ ସନ୍ତୋଷ ଜେନା ସହିତ ଏକ ବାଇକିରେ ଭୁବନେଶ୍ୱର ଅଭିମୁଖେ ୯ଟା ସମୟରେ ଯାଉଥିବା ବେଳେ ୩୧୬ ନମ୍ବର ଜାତୀୟ ରାଜପଥର ଗୁଡିଆ ପୋଖରୀ ଛକ ନିକଟରେ ଏକ ଦ୍ରୁତଗାମି ଟ୍ରକଟି ବେପାରୁଆ ଭାବେ ଗାଡି ଚଳାଇ ହଠାତ୍ ବ୍ରେକ ମାରିଦେବାରୁ ବାଇକିଟ୍ ଭାରସାମ୍ୟ ହରାଇ ଟ୍ରକ ପଛପଟେ ପିଟି ହୋଇଯାଇଥିଲା । ଘଟଣାସ୍ଥଳେ ଖବରପାଇ ସ୍ଥାନିୟ ଲୋକ ଓ ପୁଲିସ ସହାୟତାରେ ଦୁଇ ଜଣ ଯୁବକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା ।
ପିପିଲି ମେଡିକାଲରେ ଡାକ୍ତର ବିଶ୍ୱଜିତ ଚମ୍ପତିଙ୍କ ମୃତୁ୍ୟ ହୋଇଯାଇଥିବା ଘୋଷଣା କରିଥିବା ବେଳେ ଅନ୍ୟ ଗୁରୁତରକୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରିଥିଲେ । ମୃତ ଯୁବକଙ୍କ ପିତା ଦିନବନ୍ଧୁ ଚମ୍ପତିଙ୍କ ଅଭିଯୋଗ କ୍ରମେ ପୁଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ପୁରୀ ପଠାଇ କେଶ ନମ୍ବର ୧୨୦/୨୦ ତଦନ୍ତ ଚଳାଉଥିବା ଥାନା ଅଧିକାରୀ ଶରତ କୁମାର ସାହୁ କହିଛନ୍ତି ।