Odisha news

ସମ୍ପୂର୍ଣ୍ଣ ହୋଇପାରୁନି ବରୀ-ବିଂଝାରପୁର ସଂଯୋଗୀକରଣ ରାସ୍ତା, ୧୮ ବର୍ଷରେ ୧୫ କୋଟି ଗଲାଣି

0

ଯାଜପୁର,୧୧/୬  ଯାଜପୁର ଜିଲ୍ଲାର ବରୀ ବ୍ଲକ ସହିତ ବିଂଝାରପୁର ବ୍ଲକକୁ ସଂଯୋଗୀ କରଣ କରିବା ପାଇଁ ରାସ୍ତା ନିର୍ମାଣ ଚାଲିଛି । ମଧ୍ୟରେ ୧୭ ବର୍ଷ ବିତି ଯାଇଥିଲାବେଳେ ୧୫ କୋଟିରୁ ଉର୍ଦ୍ଧ ଟଙ୍କା ରାସ୍ତା ନିର୍ମାଣ ଓ ପୋଲରେ ଖର୍ଚ୍ଚ କରାଯାଇଥିଲେବି ରାସ୍ତା ସମ୍ପୂର୍ଣ୍ଣ ହୋଇପାରୁନାହିଁ । ଏ ନେଇ ବରୀ- ବିିଂଝାରପୁର ଅଂଚଳରେ ଅସନ୍ତୋଷ ବଢିବାରେ ଲାଗିଛି ।

ରାସ୍ତା ସମ୍ପୂର୍ଣ୍ଣ କେବେ ହେବ ଏ ନେଇ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଏହି ରାସ୍ତାର ରତଳାଙ୍ଗ ଗ୍ରାମ ନିକଟ ଚିଙ୍ଗୁଡିଆ ନାଳରେ ପୋଲ ନିର୍ମାଣ ଅଧାରୁ ବନ୍ଦ ହୋଇ ରହିଛି । ଗ୍ରାମବାସୀଙ୍କ ଉଦ୍ୟମରେ ଅସ୍ଥାୟି ବାଉଁଶ ପୋଲ ନିର୍ମାଣ କରାଯାଇଛି । ଏହି ବାଟ ଦେଇ ଦୈନଦିନ ଶହଶହ ଯାତି୍ର. ବାଇକ ଆରୋହୀ ଯାତାୟତ କରୁଥିବା ବେଳେ ବିପଦ ଦେଖା ଦେଇଛି । ବାଳୁଙ୍ଗା ପାଟିଆ ନଇରେ ପୋଲ ନିର୍ମାଣ ସରିଥିଲାବେଳେ ସଂଯୋଗିକରଣ ରାସ୍ତା ନିର୍ମାଣରେ ବିଳମ୍ବ ହେଉଛି । ଏହି ପୋଲ ନିକଟରେ ସଂଯୋଗି କରଣ ରାସ୍ତା ନଥିବାରୁ ଦୈନିକ ଦୃର୍ଘଟଣା ଘଟୁଛି ।

ଜଣାଯାଇଛି ଯେ ବରୀ -ବିଂଝାରପୁର ରାସ୍ତା ନିର୍ମାଣ ପାଇଁ ୧୯୯୨ ମସିହାରେ ରାସ୍ତାର ନକ୍ସା ପ୍ରସ୍ତୁତ କରାଯାଇଥିଲା । ଏହି ରାସ୍ତା ୨୦୦୨ ମସିହାରୁ ଶୁଭ ଦିଆଯାଇ କାମ ଆରମ୍ଭ ହୋଇଥିଲାବେଳେ ଏବେବି ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡି ରହିଛି । ବରୀରୁ ବିଂଝାରପୁର ମାତ୍ର ୧୦ କି.ମି ରାସ୍ତା ନିର୍ମାଣ ଚାଲିଥିଲାବେଳେ ୫ଟି ଛୋଟ ବଡ ପୋଲ ନିର୍ମାଣ ସରିଛି । ଚିଙ୍ଗୁଡିଆ ନାଳରେ ନିର୍ମାଣଧିନ ପୋଲ ଅଧପନ୍ତରିଆ ହୋଇ ରହିଥିବାରୁ ଅସନ୍ତୋଷ ତିବ୍ର ହେବାରେ ଲାଗିଛି । ଏହି ରାସ୍ତା ନିର୍ମାଣ ପାଇ ପୃଥକ ପୃଥକ ଭବେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ନାବାର୍ଡ ଜରିଆରେ କୋଟି କୋଟି ଟଙ୍କା ଆସିଥିଲାବେଳେ ଠିକାଦାର ବିଭାଗିୟ ଯନ୍ରୀ,ସ୍ଥାନୀୟ କୁଜି ନେତା ମିଳି ମିଶି ଲୁଟିବାରେ ଲାଗିଥିବା ଜଣାପଡିଛି ।

ଏ ନେଇ ବାରମ୍ଭାର ବିଭାଗିୟ ଉଚ୍ଚ କତ୍ତୁ ପକ୍ଷ ନିକଟରେ ଅଭିଯୋଗ ହୋଇଛି । ବିଭାଗିୟ ଅଧିକାରି ତଦନ୍ତ କରି ରିପୋର୍ଟକୁ ନାଲି ଫିତା ତଳେ ବାନ୍ଧି ରଖିଥିବା ଜଣାପଡିଛି । ତେବେ ଏହି ରାସ୍ତା ନିର୍ମାଣରେ ଜମି ଅଧି ଗ୍ରହଣକୁ ନେଇ ବିବାଦ ବିଭିନ୍ନ ସମୟରେ ଦେଖା ଦେଇଛି । ଏପରିକି ଜମିଜମା ବିବାଦକୁ ନେଇ ସ୍ଥାନିୟ ଲୋକେ କୋର୍ଟର ଦ୍ୱାରସ୍ଥ ହୋଇଥିବା କୁହାଯାଇଛି । ଏହି ରାସ୍ତା ନିର୍ମାଣ ହୋଇ କେତେକ ସ୍ଥାନରେ ମରାମତି କାମ ଚାଲିଲାଣି ଏବାବଦରେ ଅର୍ଥ ଆସୁଥିଲାବେଳେ ଲୁଟ ହେଉଥିବା ଅଭିଯୋଗ ହୋଇଛି ।

ଉଦୟନାଥପୁର ନିକଟରେ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଢଳେଇ ରାସ୍ତା କରାଯାଇଛି । ଏହି ରାସ୍ତା ବରୀ – ବିଂଝାରପୁର ରାସ୍ତା ଯୋଜନାରେ ଆସିଥିଲାବେଳେ ଠିକାଦାର ବିଲ ବନ୍ଦ ରହିଥିବା ସୂଚନା ମିଳିଛି । ପ୍ରତି ବର୍ଷ ବରୀ- ବିଂଝାରପୁର ରାସ୍ତା ନାଁରେ ସରକାରୀ ଅର୍ଥ ଆସୁଛି । ଯନ୍ରୀ ଠିକାଦାର ଇଛା ଶକ୍ତିର ଅଭାବ ପାଇଁ ଏହି ରାସ୍ତା ସମ୍ପୂର୍ଣ୍ଣ ହୋଇପାରୁ ନଥିବା ଜଣାପଡିଛି । ଏ ସଂକ୍ରାନ୍ତରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସହକାରୀ ଯନ୍ତ୍ରୀ ପ୍ରକାଶ ବଳଙ୍କୁ ପଚାରିବାରୁ ବରୀ- ବିଂଝାରପୁର ରାସ୍ତା କାମ ତ୍ୱରାନ୍ୱିତ ହେଉଛି, ଆହୁରି କିଛିଦିନ ଲାଗିବ ବୋଲି କହିଛନ୍ତି ।

Nalco

Leave A Reply