କୋରେଇ: କରୋନା ମହାମାରୀର ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦିନରାତିକୁ ଏକ କରି କରୋନା ଯୁଦ୍ଧରେ ନିଜକୁ ସାମିଲ କରିଥିବା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଆଜି ପୂର୍ବାହ୍ନରେ ବରୁଣ୍ଡେଇ କଲ୍ୟାଣ ମଣ୍ଡପ ପରିସରରେ ବୈତରଣୀ ଆଂଚଳିକ ଉନ୍ନୟନ ପରିଷଦ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କୋରେଇ ଥାନା ଅଧିକାରୀ ରଞ୍ଜିତ କୁମାର ମହାନ୍ତି, ପାଣିକୋଇଲି ଥାନା ଅଧିକାରୀ ଅଜୟ କୁମାର ଜେନା, ବରୁଣ୍ଡେଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡ଼ାକ୍ତର ହିମାଂଶୁ କୁମାର, ସ୍ୱାସ୍ଥ୍ୟକର୍ମୀ ନବକିଶୋର ବେହେରା, ଅଗ୍ନୀଶମ ବିଭାଗ ଅଧିକାରୀ ସୁବାଷ ଚନ୍ଦ୍ର ଭୋଳ ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ସେହିପରି ବରୁଣ୍ଡେଇ ସରପଂଚ ସୌଭାଗ୍ୟ କୁମାର ମହାନ୍ତିି, ତାରାକୋଟ ସରପଂଚ ପାର୍ବତୀ ଯେନା, ମୂଳାପାଳ ସରପଂଚ ଜ୍ୟୋତିରେଖା ନାୟକ, ସମିତିସଭ୍ୟା ଜୟନ୍ତୀ ସାହୁ, ସାମ୍ବାଦିକ ଅକ୍ଷୟ କୁମାର ପରିଡ଼ା, ଶତୃଘନ ପଣ୍ଡା, କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ଓ ଆଶା ମାନେ ଏଭଳି ଏକ ଘଡିସଂନ୍ଧି ମୁହୁର୍ତରେ ନିଜ ଜୀବନକୁ ବାଜୀ ଲଗାଇ ସେବା ଯୋଗାଇ ଦେଉଥିବାରୁ ସେମାନଙ୍କୁ ମଧ୍ୟ ବୈତରଣୀ ଆଂଚଳିକ ଉନ୍ନୟନ ପରିଷଦ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ସମୟରେ ପଣ୍ଡିତ ଉଦୟ ଶଙ୍କର ପଣ୍ଡା ଓ ତାଙ୍କ ସହକର୍ମୀ ବେଦପାଠ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ କାଙ୍ଗାଳୀ ଚରଣ ଖଣ୍ଡେଇ, ସନାତନ ବିଶ୍ୱାଳ, ବଲ୍ଲଭାନନ୍ଦ ପଣ୍ଡା, ସୁରେନ୍ଦ୍ର କୁମାର ପାଣି, କାଳନ୍ଦୀ ଚରଣ ଜେନା, ନବଘନ ଦାସ, ମହେନ୍ଦ୍ର କୁମାର ବେହେରା, ନାରାୟଣ ପତ୍ରୀ, ଗୋପବନ୍ଧୁ ବଳିଆରସିଂ, ନରେନ୍ଦ୍ର ପାଣୀ, ସତ୍ୟବ୍ରତ ମଲିକ, ଗୋପନ କିଶୋର ଜେନା, ସାରଥି ମାଝି, ଜୟନ୍ତୀ ସାହୁ, ଶାନ୍ତିଲତା ପଣ୍ଡା, ନିକୁଞ ମିଶ୍ର, ରାମକୃଷ୍ଣ ମଲିକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ଉନ୍ନୟନ ପରିଷଦର ପ୍ରତିଷ୍ଠାତା ବ୍ରଜକିଶୋର ମିଶ୍ର ସଂଗ୍ରାମୀ ମାନଙ୍କ ଦିର୍ଘାୟୁ କାମନା ପାଇଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।